ପ୍ରଧାନ ଆଚାର୍ଯ୍ଯଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।

0 363

ବେଲଗୁଣ୍ଠା,୧୩/୦୮(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁଶିକ୍ଷା ପ୍ରତିଷ୍ଠାନରେ ପ୍ରଧାନ ଅଚାର୍ଯ୍ୟ ଭାବେ କାର୍ଯ୍ୟ କରିଥିବା ସୂର୍ଯ୍ଯନାରାୟଣ ସାହୁ କଳାହାଣ୍ଡି ଜିଲ୍ଲାରେ ହାଇସ୍କୁଲ୍ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ସାହୁ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଦୀର୍ଘ ୧୬ ବର୍ଷର ଶିକ୍ଷକତା ଭିତରେ ୨୦ ବର୍ଷକାଳ ପ୍ରଧାନ ଆଚାର୍ଯ୍ଯ ପଦବୀରେ ରହି ବିଦ୍ଯାଳୟର ପରିଚାଳନା କରିଥିଲେ । ଅନୁଷ୍ଠାନର ସଭାପତି ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ,ବିଦ୍ୟାଳୟ ପରିଚାଳନା କମିଟି,ସମସ୍ତ ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ ଉପସ୍ଥିତ ରହି ସୂର୍ଯ୍ୟନାରାୟଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତେ ଭାବ ବିହ୍ୱଳ ହୋଇପଡ଼ିଥିଲେ । ଗୁରୁଜୀ ମିଥୁନ୍ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ନୂତନ ପ୍ରଧାନ ଆଚାର୍ଯ୍ଯା ଭାବେ ବିଦ୍ଯାଳୟରେ କାର୍ଯ୍ଯରତ ଗୁରୁମା ସସ୍ମିତା ଜେନାଙ୍କୁ ସଭାପତି, ସମ୍ପାଦକ ଓ ସମସ୍ତ କମିଟିଙ୍କ ଉପସ୍ଥିତିରେ ପ୍ରଧାନ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.