କୋଦଳା ରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଧୂମଧାମରେ ପାଳିତ ।

0 125

କୋଦଳା,୧୧/୦୮(ପିପିଟି): ଆଜି ପବିତ୍ର ଗହ୍ମା ପୁର୍ଣ୍ଣିମା ବା ରାକ୍ଷୀ ପୁର୍ଣିମା ଓ ବଳଭଦ୍ରଙ୍କ ଜନ୍ମତିଥି । ପବିତ୍ର ରାକ୍ଷିପୁର୍ଣିମା ତିଥି ରେ ଶ୍ରୀମନ୍ଦିର ରେ ବଳଭଦ୍ରଙ୍କ ଜନ୍ମଜୟନ୍ତୀ ସହିତ ରକ୍ଷ୍ୟାବନ୍ଧନ ନିତି ଅନୁଷ୍ଠିତ ହୋଇଥାଏ । ଭଉଣୀ ସୁଭଦ୍ରା ରତ୍ନାସିଂହାସନ ରେ ବିରାଜିତ ହୋଇ ଜଗତର ନାଥ ଜଗନ୍ନାଥ ଓ ଭାଇ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ।

ଏହି ପରମ୍ପରାକୁ ନେଇ ଏହି ରକ୍ଷ୍ୟାବନ୍ଧନ ପର୍ବ ଚାଲିଆସିଛି ।କୋଦଳା ଅଞ୍ଚଳରେ ମଧ୍ୟ ପ୍ରତ୍ୟକ ଘରେ ଘରେ ଏହି ପବିତ୍ର ରକ୍ଷ୍ୟାବନ୍ଧନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଭାଇର ଉତ୍ତମ ସ୍ୱାସ୍ଥ୍ୟ ଏବଂ ନୀରୋଗ ଜୀବନ କାମନା କରି ସୁରକ୍ଷାକବଚ ସ୍ୱରୂପ ଭଉଣୀଟିଏ ବାନ୍ଧିଥାଏ ଭାଇ ହାତରେ ରାକ୍ଷୀ। ଭାଇ ହାତରେ ଭଉଣୀର ଏହା ସ୍ନେହ, ଶ୍ରଦ୍ଧାର ପ୍ରତୀକ। ଯାହା ବଦଳରେ ଭାଇ ବି ଦେଇଥାଏ ଭଉଣୀକୁ କିଛି ସ୍ନେହଭରା ଉପହାର। ଏହି ଦିନକୁ ଭଉଣୀମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥାନ୍ତି। ଯେତେ ଦୂରରେ ଥିଲେ ବି ଭଉଣୀ ଭାଇକୁ ଓ ଭାଇ ଭଉଣୀକୁ ମନେ ପକାଏ। ରାକ୍ଷୀ ବାନ୍ଧୀ ନିଜର ସ୍ନେହ ଓ ଭଲ ପାଇବା ଅଜାଡି ଦିଏ ।ଭାଇଭଉଣୀର ସମ୍ପର୍କକୁ ନିବିଡ଼ କରିବା ପାଇଁ ରକ୍ଷାବନ୍ଧନ ହେଉଛି ଏକ ନିଆରା ପରମ୍ପରା।ଲଗାତର ଦୁଇ ବର୍ଷ ଧରି କରୋନା କଟକଣାରେ ରାକ୍ଷୀ ପାଳନ ହେଉଥିବା ବେଳେ ଏଥର କିନ୍ତୁ ଧୁମ୍ ଧାମ୍ ରେ ରାକ୍ଷୀ ପୁର୍ଣ୍ଣିମାକୁ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ। ଏଥିପାଇଁ ସମସ୍ତେ ପୁର୍ବ ପ୍ରସ୍ତୁତି ଅନୁଯାଇ ପାଳନ କରାଯାଇଛି ରାକ୍ଷୀ ପୁର୍ଣିମା । ବିଭିନ୍ନ ଡିଜାଇନ୍ ର ରାକ୍ଷୀ ସବୁ ଭଉଣୀମାନେ କିଣି ଭାଇ ମାନଙ୍କ ହାତରେ ବାନ୍ଧିଛନ୍ତି । ଏଥି ସହିତ ଘରେ ଘରେ ବିଭିନ୍ନ ପ୍ରକାର ପିଠା ଏବଂ ମିଠା ପ୍ରସ୍ତୁତ ହୋଇଥିଲା ।

ପରମ୍ପରା ଅନୁଯାୟୀ ଏହି ଦିନ ପ୍ରତ୍ୟୁଷରୁ ସ୍ନାନ କରି ଦୀପ ଜଳାଇ ଚନ୍ଦନ, ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି। ଭଗବାନଙ୍କୁ ପୂଜା କରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଏହା ଭଉଣୀ ପାଇଁ ଭାଇର ରକ୍ଷା କବଚ ବୋଲି କୁହାଯାଏ।

Leave A Reply

Your email address will not be published.