କୋଦଳା,୧୦/୦୮(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ. ବରିଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ଚଢ଼ାଉ । ଜାଲରେ ପଡିଲେ ରାଜସ୍ୱ ନୀରିକ୍ଷକ ଦେବାଶିଷ ମାଝୀ । ମଙ୍ଗଳବାର ବିଳମ୍ବିତ ରାତିରେ କେ. ବରିଡା ର ଅଜୟ କହଁରଙ୍କ ଏକ ବାଲି ଗାଡି ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କେ ବରିଡା ଆର.ଆଇ ଦେବାଶିଷ ମାଝୀ ବେଗୁନିଆପଡା ଫାଣ୍ଡି ନିକଟରେ ଉକ୍ତ ଗାଡିକୁ ଅଟକାଇଥିଲେ । ଅଜୟ କହିବା ପ୍ରକାରେ ଗାଡିର ସମସ୍ତ କାଗଜପତ୍ର ଠିକ ଥିବା ସତ୍ୱେ ଡ୍ରାଇଭର କୁ ମାଡ ମାରି ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅଜୟ ଠାରୁ ବାରମ୍ବାର ଲାଞ୍ଚ ନେଇ ହଇରାଣ କରୁଥିବାରୁ ସେ ବାଧ୍ୟ ହୋଈ ଭିଜିଲାନ୍ସ ବିଭାଗର ଆଶ୍ରୟ ନେଇ ଥିଲେ । ଭିଜିଲାନ୍ସ ଏହାପରେ ଜାଲ ବିଛାଇ ଥିଲା । ବୁଧବାର ଦିନ ଅଫିସକୁ ଆସି ଅଜୟ ଟଙ୍କା ଦେବାପରେ ଭିଜିଲାନ୍ସ ମାଡିବସି ଥିଲା । ଉକ୍ତ ଟଙ୍କାକୁ ଜବତ କରିବା ସହିତ ଅଫିସରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ । ଏହାପରେ ଆର ଆଇ ଭଡାରେ ରହୁଥିବା ବେଗୁନିଆପଡା ବାସଭବନକୁ ଯାଇ ଯାଞ୍ଚ କରିଥିଲେ । ତଦନ୍ତ ଜାରି ଥିବାରୁ ଭିଜିଲାନ୍ସ ଅଧିକାରୀ ମତାମତ ଦେବାକୁ ମନା କରିଥିଲେ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )
Prev Post