ବ୍ରହ୍ମପୁର୦୫/୦୮(ପିପିଟି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାତ୍ରପୁର ବ୍ଳକ ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କର ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବାସଭବନ ସହ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସମେତ ତିନିଟି ଗୋଦାମ ରହିଛି। ତାଙ୍କର ଦୁଇଟା ମାର୍କେଟ କପ୍ଲେକ୍ସ, ଗ୍ୟାସ ଏଜେନ୍ସି, ଗୋଦାମ, ଚାରି ବହୁତଳ କୋଠା ମଧ୍ୟ ରହିଛି। ଭିଜିଲାନ୍ସ ତଦନ୍ତ ଶେଷ ପରେ ସବିଶେଷ ତଥ୍ଯ ଜଣାପଡିବ।