ଗୁହାଳ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରା କାଠ ଜବତ,ଘର ମାଲିକ ଫେରାର।

0 394

ପୋଲସରା,୦୪/୦୮(ପିପିଟି):ବନ ବିଭାଗର ସ୍ଥାନୀୟ କର୍ମଚାରୀ ମାନେ ଆଜି ପୋଲସରା ବ୍ଳକ ର ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାଣିଆ ପଲ୍ଲୀ ଗ୍ରାମ ର ଗୋଟିଏ ଗୁହାଳ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରା କାଠ ପଟା ଜବତ କରିଛନ୍ତି। ବନପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୌଣସି ସୁତ୍ରରୁ ଖବର ପାଇ ଆଜି ବନ ବିଭାଗ କର୍ମଚାରୀ ମାନେ ଛଞ୍ଚାଣିଆ ପଲ୍ଲୀ ଗ୍ରାମର ସୁରତ ଖଣ୍ଡୁଆଳଙ୍କ ଏକ ଗୁହାଳ ଘର ଉପରେ ଚଢ଼ାଉ କରିଥିଲେ ଏବଂ ସେଠାରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଶାଗୁଆନ , ଶାଳ ଓ ଅନ୍ୟ କାଠ ପଟା ଜବତ କରିଥିଲେ। ଜବତ କାଠ ପଟାର ପରିମାଣ ୯୬ ଘନଫୁଟ ଏବଂ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଚଢ଼ାଉ ସମ୍ପର୍କରେ ସୂଚନା ପାଇବା ପରେ ଗୁହାଳ ଘର ମାଲିକ ତଥା ତୋର କାଠ ବ୍ୟବସାୟୀ ସୁରତ ଖଣ୍ଡୁଆଳ ଫେରାର ହୋଇଯାଇଛନ୍ତି। ତାଙ୍କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.