ପାତାଳି ଶ୍ରୀକ୍ଷେତ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

0 244

ସୁବର୍ଣ୍ଣପୁର,୦୩/୦୮(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଗ୍ରାମର ଯୁବଗୋଷ୍ଠୀଙ୍କ ମିଳିତ ପ୍ରୟାସ ରେ ସମଗ୍ର ପରିସରରେ ଚନ୍ଦନ, ରୁଦ୍ରାକ୍ଷ, ଚିନିଚମ୍ପା, ସ୍ୱର୍ଣ୍ଣ ଚମ୍ପା, ନାଇଟକୁଇନ୍, ମନ୍ଦାର, ବଉଳ, ବୋଗେନଭିଲ୍ଲା, ଟଗର ,ତରାଟ ଓ ବିଭିନ୍ନ ଓ ବିଭିନ୍ନ ଔଷଧିୟ ଚାରାସବୁ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ,ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଦୁର୍ଗାପ୍ରସାଦ ହୋତା, ଅବସରପ୍ରାପ୍ତ ଭିଜିଲାନ୍ସ ଡିଏସପି ଲକ୍ଷ୍ମଣ କୁମାର ଜାଲ,ପୂର୍ତ୍ତ ବିଭାଗ ଏସଡିଓ, ପାତାଳି ଶ୍ରୀକ୍ଷେତ୍ରଟ୍ରଷ୍ଟ ସଦସ୍ୟ ଉତ୍ତର କୁମାର ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ନଳିନୀ କାନ୍ତ,ଜାନକୀ ରାମ ଦେହୁରୀ, ଜଙ୍ଗଲ ବିଭାଗର କର୍ମକର୍ତ୍ତା ଓ ପାତାଳି ସେନାର ସଦସ୍ୟ ମାନଙ୍କ ଦ୍ୱାରା ସମସ୍ତ ଚାରାରୋପଣ କରାଯାଇଥିଲା।
ସେମାନେ ମଧ୍ୟ ଏ ଅବସରରେ କ୍ଷେତ୍ରର ସୁନ୍ଦରତା, ସ୍ୱଚ୍ଛତା, ଶୁଦ୍ଧତା ରକ୍ଷା ପାଇଁ ସମସ୍ତ ପର୍ଯ୍ୟଟକ ତଥା ଜନସାଧାରଣଙ୍କୁ ନିବେଦନ କରିଥିଲେ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.