ବଜ୍ରାପାତ ରେ ମହିଳାଙ୍କ ମୃତ୍ୟୁ ।

0 322

ଭଞ୍ଜନଗର,୦୧/୦୮(ପିପିଟି) : ତାରସିଙ୍ଗି ଥାନା ଗାଲେରୀ ଫାଣ୍ଡି ଅଧୀନ ରଙ୍ଗାମେରୁ ରେ ବଜ୍ରାପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶିବରାମ ପ୍ରଧାନଙ୍କ ସ୍ତ୍ରୀ ପୁଷ୍ପିତା ପ୍ରଧାନ (୩୩) । ସୋମବାର ଅପରାହ୍ନ ସମୟରେ ନିଜ ପରିବାର ସହ ବିଲରେ କାମ କରୁଥିବା ବେଳେ ହଠାତ ବର୍ଷା ପବନ ସହ ବଜ୍ରାପାତ ଘଟିବାରୁ ସେ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ। ତୁରନ୍ତ ପୁଷ୍ପିତା ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.