କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଚକାଜାମ ।

0 274

ବୁଗୁଡ଼ା,୩୧/୦୭(ପିପିଟି): କୃଷକ ମାନଙ୍କର ଦାବୀ ପ୍ରତି ମୋଦୀ ସରକାରଙ୍କ ବିଶ୍ୱାସଘାତକତା ବିରୋଧରେ ଦେଶବ୍ୟାପୀ ଚକାଜାମକୁ ସଫଳ କରିବା ପାଇଁ ଆଜି କ୍ରାନ୍ତିକାରୀ କୃଷକ ସଭା ବୁଗୁଡ଼ା ବ୍ଳକ କମିଟି ଓ ଆଦିବାସୀ ଭାରତ ମହାସଭା ନେତୃତ୍ୱରେ ଚାଷୀ ଉପ୍ତାଦନ କରୁଥିବା ସମସ୍ତ ଫସଲ ର ଏମ ଏସ ପି ପାଇଁ ଆଇନଗତ ବ୍ୟବସ୍ଥା, କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ର ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି, ଜନବିରୋଧୀ ବିଦ୍ୟୁତ ବିଲ-୨୦୨୦ ପ୍ରତ୍ୟାହାର, ସାର କଳାବଜାରୀକୁ ନିୟନ୍ତ୍ରଣ ଓ ଚାଷୀଙ୍କୁ ଫସଲ ବୀମା ତୁରନ୍ତ ପ୍ରଦାନ କରିବା ଦାବିରେ ଭଞ୍ଜନଗର ନୟାଗଡ଼କୁ ସଂଯୋଗ କରୁଥିବା କରସିଂ ଛକରେ ଚକାଜାମ ଆନ୍ଦୋଳନ କୁ ସଫଳ କରିଛନ୍ତି। ଏହି ଚକାଜାମ ଆନ୍ଦୋଳନର ନେତୃତ୍ବ ଆଦିବାସୀ ଭାରତ ମହାସଭାର ରମେଶ ଚନ୍ଦ୍ର ଜାନି ଓ ପ୍ରସନ୍ନ ଦଳ ବେହେରା, କ୍ରାନ୍ତିକାରୀ କୃଷକ ସଭା ଶ୍ୟାମଘନ ଜାନି, ଅନନ୍ତ ପ୍ରଧାନ, ଜିତୁନୁ ଜାନି, ନାରାୟଣ ପ୍ରଧାନ, ଶିବ ପ୍ରଧାନ, ଶୁଶାନ୍ତ ଜାନି, ଟୁକୁନା ମଲ୍ଲିକ, ସନ୍ତୋଷ ପ୍ରଧାନ ଆଦି ନେଇଥିଲେ ‌। ଉପସ୍ଥିତ ନେତୃବୃନ୍ଦ ଆଦିବାସୀ ଓ କୃଷକ ମାରଣ ନୀତି ର ତୀବ୍ର ଭର୍ତ୍ସନା କରିଥିଲେ ।

Leave A Reply

Your email address will not be published.