ପାପୁଲୁର ଓ କୁର୍ମାନୁର ପଞ୍ଚାୟତକୁ ଜିଲ୍ଲାପାଳଙ୍କ ଗସ୍ତ ।

0 283

ମାଲକାନଗିରି,୨୧/୦୭(ପିପିଟି): ମାଲକାନଗିରି ଜିଲାପାଳ ବିଶାଲ ସିଂ ଚିତ୍ରକୋଣ୍ଡା ବ୍ଲକର ପାପୁଲୁର ଓ କୁର୍ମାନୁର ପଞ୍ଚାୟତକୁ ଅଚାନକ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରିଥିଲେ । ପାପୁଲୁର ଓ କୁର୍ମାନୁର ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିଥିବା ଉନ୍ନୟନ ମୂଳକ କାମଗୁଡିକୁ ପ୍ରତ୍ଯକ୍ଷ ଭାବେ ଦେଖିବା ସହ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଅବଗତ ହୋଇଥିଲେ। ସେହି ଅଞ୍ଚଳର ଲୋକଙ୍କ ମୁଖ୍ୟ ସମସ୍ୟା ହେଲାବ ନେଟୱାର୍କ ର ବ୍ୟବସ୍ଥା ନାହିଁ । ଫଳରେ କାହା ସହିତ ଯୋଗାଯୋଗର ବ୍ଯବସ୍ଥାରେ ଘୋର ପ୍ରତିବନ୍ଧକ ଦେଖା ଦେଇଛି । ଏଣୁ ତୁରନ୍ତ ନେଟୱର୍କ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।ସେହି ଅଞ୍ଚଳରେ ନେଟୱାର୍କ ସମସ୍ୟା ଯଥା ଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।ଏହା ସହ ଜିଲ୍ଲାପାଳ ପାପୁଲୁର ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଲୋକଙ୍କ ପାଖରେ ଜମିପଟା ନଥିବାରୁ ପାଠପଢିବା ପାଇଁ ଆଦିବାସୀ ପିଲାମାନେ ଅସୁବିଧା ସମ୍ମୁଖିନ ହେଉଛନ୍ତି,ଏଣୁ ସ୍ଥାନୀୟ ଲୋକମାନଙ୍କୁ ଜମି ପଟା ଦେବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହା ସହ ଜିଲ୍ଲାପାଳ ପାପୁଲୁର ମେଡିକାଲ ବୁଲି ସ୍ବାସ୍ଥ୍ଯ ସମ୍ବନ୍ଧୀୟ ସମସ୍ଯା ସଂପର୍କରେ ଅବଗତ ହୋଇଥିଲେ।ଜିଲ୍ଲାପାଳଙ୍କ ସହ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଏବଂ ଚିତ୍ରକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.