ଆପ୍ ତରଫରୁ ଆନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ।

0 274

ବୋଲଗଡ଼,୧୭/୦୭(ପିପିଟି): ଜୁଲାଇ ୧୭ ଆନ୍ତର୍ଜାତିୟ ନ୍ୟାୟ ଦିବସ ଅବସରରେ ଆମ୍ ଆଦମି ପାର୍ଟୀ ତରଫରୁ ବୋଲଗଡ଼ ବ୍ଲକ୍ ଅସରଳା ପଞ୍ଚାୟତ ଦଧିବାମନ ଦେବଙ୍କ ପିଷ୍ଠ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ଯୁବ ସମାଜ ସେବୀ ଅକ୍ଷୟ ବଳିୟାର ସିଂହଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସଭାରେ ଆପ୍ ର ଖୋର୍ଧା ଜିଲ୍ଲା ସଭାପତି ଶୁଭାଶିଷ ସ୍ୱାଇଁ ସଭାପତିତ୍ୱ କରି ଥିଲେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଡ଼ଭୋକେଟ ରାମ ଶଙ୍କର ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ. ନିଜ ଅଧିକାରଋ ବଞ୍ଚିତ ଶିକ୍ଷ୍ୟା. ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି କ୍ଷେତ୍ରରେ ଧନଶାଳୀ ଲୋକ ହିଁ ନ୍ୟାୟ ପାଉଛି। ପବିତ୍ର ନ୍ୟାୟାଳୟରେ ମଧ୍ୟ ସାଧାରଣ ଲୋକ ବଞ୍ଚିତ ହେଉଛି ଏଣୁ ବର୍ତମାନ ଚିନ୍ତା କରିବାର ସମୟ ଆସିଛି. ନିଗମାନନ୍ଦ ପଣ୍ଡା, ଆପ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଶାନ୍ତ ମିଶ୍ର, ସୁନିଲ ଷଡ଼ଙ୍ଗୀ ନିଜ ନିଜ ବ୍ୟକ୍ତବ୍ୟ ରେ ସ୍ଥାନିୟ ସମସ୍ୟା ଓ ତାକୁ ନେଇ ପ୍ରଶାସନର ଉଦାସିନତା ହିଁ ଏକ ଅନ୍ୟାୟ ବୋଲି ମତ ବ୍ୟକ୍ତ କରିଥିଲେ ଏହି ଅନ୍ୟାୟ ବିରୋଧରେ ମିଳିତ ଭାବେ ସ୍ବର ଉତ୍ତୋଳନ କରିବାକୁ ସଭାପତି ଆହ୍ବାନ କରିଥିଲେ। ଶେଷରେ ଆବାହକ ଅକ୍ଷୟ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଆଜିର ସଭାକୁ ଶିଳ୍ପୀ କଳ୍ପତରୁ ପଣ୍ଡା ପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.