ଭଞ୍ଜନଗର,୧୫/୦୭(ପିପିଟି): ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଡ଼ିହ ପଢାଳ ଠାରେ ଶୁକ୍ରବାର ବନ ମହୋତ୍ସବ ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ସମ୍ମାନିତ ଅତିଥି ଭାବେ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼. ପ୍ରଦୀପ ପଟ୍ଟନାୟକ,ଉପ ସଭାପତି ଅନୁପମ ବାନାର୍ଜୀ,ସମ୍ପାଦକ ପଦ୍ମନାଭ ପ୍ରଧାନ,ପୂର୍ବତନ ଶିକ୍ଷକ ସୁବାଷ ଚନ୍ଦ୍ର ତାରିଣୀ,ସମାଜସେବୀ ଶୂଳପାଣି ଶତପଥି,ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଚଳିତ ବର୍ଷ ଏ-୧ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୩୧ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post