ବିଦ୍ୟାଳୟ ପରିସର ମଧ୍ୟକୁ ସାମ୍ବାଦିକଙ୍କୁ ମନା ପ୍ରତିବାଦରେ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ ।

0 281

ବାଲିଗୁଡା,୧୧/୦୭(ପିପିଟି): ସ୍କୁଲ ହତା ମଧ୍ୟକୁ ସାମ୍ବାଦିକଙ୍କୁ ମନା । ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା କରାଯାଇଛି । ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ ଗଣ ମାଧ୍ୟମ ରେ ଅରୁଚିକର ମନ୍ତବ୍ୟର ପ୍ରତିବାଦ ଓ ସରକାରୀ ନିୟମକୁ ଅତିଶୀଘ୍ର ପ୍ରତ୍ୟାହୃତ ଦାବୀ ନେଇ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ପିଡବ୍ଲୁଡି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଏହା ପ୍ରତ୍ୟାହୃତ କରାନଗଲେ ଆଗାମୀ ଦିନରେ ସାମ୍ବାଦିକ ମାନେ ସରକାରୀ କାର୍ଯ୍ୟକ୍ରମରେ ଅସହଯୋଗ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ପ୍ରେସ କ୍ଲବର ସାମ୍ବାଦିକ ମାନେ ଚେତାବନୀ ଦେଇଛନ୍ତି । ସାମ୍ବାଦିକ ଅଜିତ କୁମାର ନାୟକ ଙ୍କ ନେତୃତ୍ୱ ରେ ସାମ୍ବାଦିକ ମନୋରଞ୍ଜନ ରାୟ, ପ୍ରମୋଦ କୁମାର ଦଣ୍ଡସେନା, ସୁବ୍ରତ କୁମାର ମାଝୀ, ସରୋଜ ବଳିୟାର ସିଂ, ସୁରେଶ କୁମାର ପତି, ରାମନନ୍ଦ ଘଡ଼ାଇ, ସତ୍ୟ ନାରାୟଣ ପଣ୍ଡା, ଇସାକ ପ୍ରଧାନ, ରାଜୀବ ମୁଠାମାଝୀ,ତାପସ କୁମାର ନାୟକ, ଟିକି ଦାଣ୍ଡିଆ, ଲକ୍ଷ୍ମୀ ନାରାୟଣ ମଳିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.