ସାଗରଗୁଆଁରେ ପବିତ୍ର ବାହୁଡାଯାତ୍ରା ମହୋତ୍ସବ ଅନୁଷ୍ଠିତ।

0 261

ବୋଲଗଡ଼,୦୯/୦୭(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମରେ ପ୍ରଥମ ସଂଗ୍ରାମର ସହିଦ କାଳିଆ ଭୁଇଁମୁଳ ସ୍ମୃତି ପରିଷଦ ବାଙ୍କୋଇ ସତ୍ ସେବାସଂଘ ସାଗର ଗୁଆଁ ମିଳିତ ଆନୁକୂଲ୍ୟରେ ସାଗରଗୁଆଁ ଠାରେ ଶ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତଥା ଶହିଦ ଙ୍କର ଦାୟଦ ସ୍ତୁତିପରିଷଦର କାର୍ଯ୍ୟ କାରି ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସେବାୟତଙ୍କ ଦ୍ବାରା ମା ନାରାୟଣୀ ମନ୍ଦିରରୁ ଆଜ୍ଞାମାଳ ପାଇବାପରେ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅବସ୍ଥାନ କରାଯାଇଥିଲା।ତତ୍ ସହିତ ଛେରା ପହଁରା କାର୍ଯ୍ୟ କ୍ରମ ସମାପନ କରିଥିଲା। ପଣ୍ଡିତ ରବିନ୍ଦ୍ର କୁମାର ରାୟଗୁରୁ ତଥା ଭଗବାନ ରଥ ହୋମ ତଥା ମହାପ୍ରଭୁ ମାନଙ୍କର ପହଣ୍ଡି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଧର୍ମାନନ୍ଦ ପରିଡା,ବାବାଜୀ ଚରଣ ସ୍ୱାଇଁ ଡାହୁକ ହୋଇଥିଲା ବେଳେ ତପ ଦଳାଇ ତୁରୀ ବାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରମା ମଣିଦେଇ, ସୈଲନ ପଟ୍ଟନାୟକ, ଜିତେନ୍ ପଟ୍ଟନାୟକ ସୁବାସିନୀ ପଟ୍ଟନାୟକ, ଜନ୍ମଜୟ ପଟ୍ଟନାୟକ, ସୌଦାମିନୀ ପଟ୍ଟନାୟକ ସହିତ ବହୁ ଭକ୍ତ ମାନେ ଯୋଗଦେଇ ଥିଲେ। ଏହି ଅବସରରେ ଭକ୍ତିପୂତ ଭାବରେ ହରିବୋଲ, ହୁଳହୁଳି ଘଣ୍ଟବାଦନ, ନାମ ସଂକୀର୍ତ୍ତନ ସହ ସଫଳ ପୁର୍ବକ ରଥଟଣା କାର୍ଯ୍ୟ କରାଯାଇଥିଲା।ତତ୍ ସହିତ ବହୁ ଭକ୍ତ ମାନଙ୍କର ସମାଗମ ହୋଇଥିବାର ପରିଲକ୍ଷିତ ହୋଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.