ମାଲକାନଗିରି,୦୯/୦୭(ପିପିଟି): ପୁସ୍ତକ ବଦଳରେ ଶିକ୍ଷୟିତ୍ରୀଙ୍କ ହାତରେ ବେତବାଡି । ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଦୋଷ ଥିବାରୁ କେତେବେଳେ କ’ଣ କହନ୍ତି ଆଉ କରନ୍ତି ସେ ଜାଣି ପାରନ୍ତି ନାହିଁ । ତାଙ୍କର ପ୍ରଳାପରେ ପିଲାମାନେ ଛାନିଆ ହୋଇ କ୍ରନ୍ଦନ କରନ୍ତି । ମାଡ ଭୟରେ ପିଲେ ବିଦ୍ଯାଳୟକୁ ଆସିବାକୁ ଇଛା ପ୍ରକାଶ କରନ୍ତି ନାହିଁ Iଆଉ କେତେ ବେଳେ ହାତରେ ଚୌକି ଧରି ଫୋପାଡିବାକୁ ପ୍ରସ୍ତୁତ। ଶ୍ରେଣୀରେ ପିଲାଙ୍କୁ କ’ଣ ପାଠ ପଢାଉଛନ୍ତି ଭଗବାନଙ୍କୁ ଗୋଚର ? କେବଳ ଏକିତି ନୁହେଁ ଶ୍ରେଣୀ ଗୃହରେ କବାଟ ଝରକା ବନ୍ଦ କରି ପିଲାଙ୍କୁ ବାହାରେ ବସେଇ ଲୁଚି ରହୁଛନ୍ତି ଶିକ୍ଷୟିତ୍ରୀ । ଏପରି ଏକ ଅଭାବନିୟ ଦୃଶ ଦେଖିବାକୁ ମିଳିଛି ମାଲକାନଗିରି ଠାରୁ ଏକ କିମି ଦୂର ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମିଶାଇ ବିଦ୍ୟାଳରେ ରହିଛନ୍ତି ମୋଟ ତିନି ଜଣ ଶିକ୍ଷୟତ୍ରୀ । ହେଲେ ଏଠାକାର ଶିକ୍ଷା ସହାୟକ ବନିତା ସ୍ବାଇଁ ପାଗଳୀ ବୋଲି ଜାଣିବା ପରେ ଗାଁ ଲୋକେ ଏବେ ନିଜ ପିଲା ଛୁଆଙ୍କୁ ବିଦ୍ୟାଳୟକୁ ପଠାଇବା ଲାଗି ଭୟ କରୁଛନ୍ତି । ବନିତାଙ୍କୁ ଦେଖି ଜଣେ ଛତ୍ରଛାତ୍ରୀମାନେ ଭୟରେ କାନ୍ଦୁଛନ୍ତି । କେବଳ ଏତିକୁ ନୁହେଁ ମାଡାମଙ୍କ ପାଗଳାମୀର ଭିଭିଓ ଉତ୍ତୋଳନ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କୁ “ହୁ ଆର ୟୁ ” କହ ଗର୍ଜିଥିଲେ ବନିତା । କ୍ଯାମେରା ଦେଖି ଚେୟାର ଉଠାଇ ମାରିବାକୁ ଅଗ୍ରସର ହୋଇଥିଲେ ସେ ।
ସି.ଆର.ସି ଠାରୁ ଆରମ୍ଭ କରି ବି.ଆର.ସିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ବନିତା ଦିଦି ଖରାପ ବ୍ୟବହାର କରୁଥିଲେ ହେଁ ଜିଲ୍ଲା ଶିକ୍ଷା ବିଭାଗ ବର୍ତ୍ତମାନ ସୁଦ୍ଧା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାଁନ୍ତି କାହିଁକି ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି ? ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଗାଁ ଲୋକ ଆଜି ବୈଠକ କରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ଶିକ୍ଷୟିତ୍ରୀ ବନିତା ସ୍ବାଇଁଙ୍କୁ ଗାଁ ଲୋକଙ୍କୁ ଦେଖି ଦୀର୍ଘ ସମୟ ଧରି ଶ୍ରେଣୀ ଗୃହ ଭିତରେ କବାଟ ଝରକା ବନ୍ଦ କରି ଲୁଚି ରହିଥିଲେ । ବହୁ ଡାକହାକ ପରେ କବାଟ ଖୋଲି ଗାଁର ମହିଳାମାନଙ୍କୁ ଚିତ୍କାର କରି ପାଟିତୁଣ୍ଡ କରିବା ସହ ପ୍ଲାଷ୍ଟିକ ଚେୟାର ଉଠାଇ ମାରିବାକୁ ଗୋଡାଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବନିତା ସ୍ବାଇଁ ଠିକ୍ ସମୟରେ ବିଦ୍ଯାଳୟକୁ ନଆସିବା,ପିଲାମାନଙ୍କୁ ମାରପିଟ କରିବା,ପିଲାମାନେ ଦିଦିଙ୍କ ଉନ୍ମତ୍ତ କାଣ୍ଡ ହେତୁ ଭୟରେ ବିଦ୍ଯାଳୟକୁ ନଆସିବା,ମୁଣ୍ଡ ଦୋଷ ହେତୁ ପାଠ ନପଢାଇବା ଆଦି ସମସ୍ଯା ରହିଛି ।ଏଣୁ ବନିତା ସ୍ବାଇଁ ଏଠାରୁ ତୁରନ୍ତ ବଦଳି କରିବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)