ଆତ୍ମ ସମର୍ପଣ କରିଥିବା ମହିଳା ନକ୍ସଲଙ୍କୁ ସିଲେଇ ମେସିନ ପ୍ରଦାନ ।

0 281

ମାଲକାନଗିରି,୦୯/୦୭(ପିପିଟି):ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରେ ଜୀବିକା ମିଶନ ପ୍ରକଳ୍ପ ଦ୍ବାରା ୭ ଜଣ ଆତ୍ମ ସମର୍ପଣ କରିଥିବା ମହିଳା ନକ୍ସଲମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ମାଗଣାରେ ୭ ଗୋଟି ସିଲେଇ ମେସିନ ପ୍ରଦାନ କରାଯାଇଛି । ଏହି ବଣ୍ଟନ କାର୍ଯ୍ଯକ୍ରମରେ ଜିଲ୍ଲାପାଳ ବିଶାଳ ସିଂ,ଏସପି ନିତେଶ ଆଧୱାନୀ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ମାଲକାନଗିରି ବିଡିଓ ଅଜୟ ପ୍ରଧାନ,ଜିଲ୍ଲା ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ପବିତ୍ର ମୋହନ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ମନସ୍ବୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲାର ସାତଜଣ ମହିଳା ଆତ୍ମ ସମର୍ପଣ କରିଥିବା ନକ୍ସଲଙ୍କୁ ପ୍ରଦାନ କରାଯୀଇଥିଲା । ସେମାନେ ହେଲେ ,ତେଲ ଦେବୀ ଏମଭି-୨, ମାଲକାନଗିରି,ଆଡ଼ମେ ମାଡକାମୀ ପୁରୁଣା ପୋଲିସ ଥାନା, ମାଲକାନଗିରି, କୌଶଲ୍ୟା ଖିଲ , ପୁରୁଣା ପୋଲିସ ଥାନା, ମାଲକାନଗିରି,ସୁକାନ୍ତି ମାଡ଼ି ପୁରୁଣା,ପୋଲିସ ଥାନା, ମାଲକାନଗିରି,ବିଜୟାମାଡକାମୀ ,ଏମଭି-୨,ମାଲକାନଗିରି,ସୋନୀ କାଡ଼ମେ ,ତମସା, ମାଲକାନଗିରି, ନାଙ୍ଗି ସୋଡି ,ଜିଲ୍ଲା ପୋଲିସ କାର୍ଯ୍ଯାଳୟ, ମାଲକାନଗିରିଙ୍କୁ ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଆତ୍ମ ସ୍ୱାଭିମାନର ସହିତ କି ଭଳି ନିଜର ଜୀବନଜୀବିକା ସୁଚାର ରୂପେ ତୁଲାଇ ପାରିବେ ସେଥି ପାଇଁ ସିଲେଇ ମେସିନ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ସଫଳତାର ଶୀର୍ଷ ରେ ପହଞ୍ଚାଇବା ପାଈଁ ବିପିଏମ,ବିପିସି ଏବଂ ଓଏଲଏମ ମିଶନ ଶକ୍ତିର ବିଏଲସି ର ସମସ୍ତ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.