ବିଦ୍ଯାଳୟରେ ନିରାପତ୍ତା ସପ୍ତାହ ପାଳନ।

0 272

ତିର୍ତ୍ତୋଲ,୦୮/୦୭(ପିପିଟି);ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଜୁଲାଇ ମାସ ୦୪‍ ତାରିଖ ଠାରୁ ୦୮ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନ କରାଯାଇଅଛି । ଏହି ଉତ୍ସବର ଶେଷ ଦିବସରେ ଆଜି ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତର‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ନନ୍ଦନ-୦୧ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତମସା ସ୍ଵାଇଁ,ସହ ଶିକ୍ଷକ ପ୍ରଶାନ୍ତ କୁମାର ସ୍ବାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେଵୀଦତ୍ତ ଦାସ ଓ ସଦସ୍ୟ ବୃନ୍ଦ, ସ୍ଵାଧୀନ ଫାୟାର ସର୍ଭିସ ସଂସ୍ଥାର ମୁଖ୍ୟ ଶୁଭ୍ରାଂଶୁ ଭୂଷଣ ନାୟକ, ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଭାପତି ଶିବ ପ୍ରସାଦ ସାହୁ ପ୍ରମୁଖଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରର ଉପଯୋଗୀତା ଓ ଜରୁରୀକାଳୀନ ବ୍ୟବହାର ସଂପର୍କରେ ଶୁଭ୍ରାଂଶୁ ଭୂଷଣ ନାୟକ ମାର୍ଗଦର୍ଶନ କରିଥିଲେ ।ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ପଦକ୍ଷେପକୁ ଅଭିଭାବକଙ୍କ ମହଲରେ ସ୍ଵାଗତ କରାଯାଇଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.