ବୋଲଗଡ଼,୦୬/୦୭(ପିପିଟି): ବୋଲଗଡ ବ୍ଲକ ଅନ୍ତର୍ଗତ ଫାସୀଓଦା ପଞ୍ଚାୟତର କାଉତରା ଉଚ୍ଚ ବିଦ୍ୟାଳୟରେ ଆଜି ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଉତରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ମଣ୍ଡଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡା. ନିରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ପାଠ ଧୂପ ଦୀପ ଓ ନୈବଦ୍ୟ ଅର୍ପଣ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତତ ସହିତ ବ୍ଲକର ପୂର୍ବତନ ସହ ଶିକ୍ଷା ଅଧିକାରିଣୀ ପ୍ରଭାସିନୀ ସିଂ,ବ୍ଲକ ସହ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା ଏବଂ ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ପ୍ରଧାନ ଶିକ୍ଷକ ମାନେ ମଧ୍ୟ ସନମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏହି ଅବସରରେ ଡା. ନିରଞ୍ଜନ ମହାନ୍ତି କହିଥିଲେ ଯେ ବୃକ୍ଷ ଆମର ଜୀବନ ତେଣୁ ପ୍ରତ୍ୟେକ ଲୋକ ବୃକ୍ଷ ଲଗାଇବା ଉଚିତ ଯାହା ଫଳରେ କରୋନା ଭଳି ରୋଗକୁ ମଧ୍ୟ ବୃକ୍ଷ ଦେଉଥିବା ଅମ୍ଳ ଜାନ ଦ୍ୱାରା ଆମେ ଆମର ଜୀବନ ବଞ୍ଚାଇପାରିବା ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବଳ ଛୁଆଳ ସିଂ ଙ୍କ ସହିତ ବିଦ୍ୟାଳୟର ସମସ୍ତ ସହ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ମଧ୍ୟ ବୃକ୍ଷ ରୋପଣରେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ବନ ମହୋତ୍ସବ ରେ ବିଭିନ୍ନ ପ୍ରକାର ଚାରା ମାନ ଯଥା – ଶାଗୁଆନ, ଆମ୍ବ, ପଣସ, ବଉଳ, ନଡ଼ିଆ, ପିସ୍ତା ବାଦାମ, କାଜୁ ପଟାସ ଏବଂ ବିଭିନ୍ନ ପ୍ରକାର ଔଷଧୀୟ ଚାରା ମାନ ରୋପଣ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)