ଜଳେଶ୍ୱର,୨୪/୦୬: ବାଲେଶ୍ୱର ସିଏସଓ କର୍ମଚାରୀ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ ୪ ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।ସୂଚନା ଅନୁଯାୟୀ, ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଜଳେଶ୍ୱର ଓ ବାଲେଶ୍ୱର ଘର, ଛତ୍ରପୁର ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହେଉଛି । ପ୍ରକାଶଯୋଗ୍ୟ ଯେ ଶ୍ରୀ ପଲାଇଙ୍କ ଠାରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବାର ଅଭିଯୋଗ ପରେ ବାଲେଶ୍ଵର ଭିଜିଲାନ୍ସ ବିଭାଗ ତରଫରୁ ଆଜି ଭୋର ସାଢେ ୪ ଟାରୁ ନୂଆବଜାର ସ୍ଥିତ ବାସଭବନରେ ଏହି ଚଢାଉ ଆରମ୍ଭ ହୋଇଛି। ଏକକାଳୀନ ୫ ଟି ସ୍ଥାନରେ ଏହି ଚଢ଼ାଉ ହେଉଥିବା ବେଳେ ୪ ଜଣ ଡିଏସପି ଓ ପାଞ୍ଚ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଶ୍ରୀ ପଲାଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ମୂଳ ବାସିନ୍ଦା ହୋଇଥିବାରୁ ସେଠାରେ ମଧ୍ୟ ଚଢାଉ ହେଉଛି। ଯାଞ୍ଚ ଶେଷ ହେବ ପରେ ସମ୍ପୂର୍ଣ୍ଣ ତଥ୍ଯ ଜଣା ପଡିବ।