ଭଞ୍ଜନଗର,୨୩/୦୬(ପିପିଟି) : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ର ବାରୁଡା ଗ୍ରାମରୁ ଏକ ୮ ଫୁଟ ଲମ୍ବର ବୋଡା ସାପକୁ ବନ ବିଭାଗ ଉଦ୍ଧାର କରିଛି। ଗ୍ରାମର ଅଜୟ ପ୍ରଧାନ ଘର ବାରିପଟ କୂଅରେ ସାପଟି ରହିଥିବା ପରିବାର ଲୋକେ ଦେଖି ଥିଲେ। ତୁରନ୍ତ ବନ ବିଭାଗ କୁ ଖବର ଦେଇଥିଲେ। ସେନ୍କ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ ସ୍ବାଇଁ ସେଠାରେ ପହଂଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୮ ଫୁଟ ରହିଥିବା ଜଣାପଡିଛି। ନିକଟସ୍ଥ ଜଙ୍ଗଲରେ ସାପଟିକୁ ଛଡ଼ାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post