ଘୂ.ନୂଆଁଗାଆଁ ଯାତ୍ରା କଳାକାରଙ୍କ ବନ୍ଧୁ ମିଳନ ।

0 460

ବେଲଗୁଣ୍ଠା,୨୧/୦୬(ପିପିଟି): ବେଲଗୁଣ୍ଠା ବ୍ଳକ୍ ଘୂ.ନୂଆଁଗାଆଁ ମୁକ୍ତେଶ୍ଵର ସ୍ୱାମୀଙ୍କ ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଗ୍ରାମର ଚନ୍ଦ୍ର ଶେଖର ନାଟ୍ୟ ପରିଷଦ ଆନୂକୂଲ୍ଯରେ ଅନୁଷ୍ଠିତ ହୋଇଥିବା ସାମାଜିକ ନାଟକ ଅସତୀ ତୁଳସୀ ସତୀ ଚଉରା ଅଭିନୟ କରିଥିବା କଳାକାର ଏବଂ ଘୂ ନୂଆଁଗାଆଁ ଗ୍ରାମବାସୀଙ୍କର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବ ଭଞ୍ଜନଗର ନିକଟସ୍ଥ ମାଆ ସୋରାଦେବୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି । ଚନ୍ଦ୍ର ଶେଖର ନାଟ୍ୟ ପରିଷଦର ସଭାପତି ବିଜୟାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଚ୍ୟୁତାନନ୍ଦ ,ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ନାଟ୍ୟ ପରିଷଦ ଉପସଭାପତି ପ୍ରଭାକର ବରାଡ଼, ସମ୍ପାଦକ ଆକୁଳ ଜେନା, ଉପଦେଷ୍ଟା ପତିନ୍ଦ୍ର କୁମାର ପରିଡ଼ା, ନାରାୟଣ ପ୍ରଧାନ, ମୁଖ୍ୟ ପରିଚାଳକ ବାବୁଲା ବେହେରା, ଉପସ୍ଥାପକ ଦେବାଶିଷ୍ ଗୌଡ଼, କୋଷାଧ୍ୟକ୍ଷ ରାଜେଶ୍ କୁମାର ଜେନା,ପରିଚାଳକ ଶିବ ଶଙ୍କର ସାହୁ, ସୌମ୍ୟରଞ୍ଜନ ଗୌଡ଼ ଏବଂ ସାମ୍ବାଦିକ ଜଗନ୍ନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ନାଟ୍ୟ ପରିଷଦର ସମସ୍ତ କର୍ମକର୍ତ୍ତା, ନାଟକର ସମସ୍ତ କଳାକାର ଏବଂ ଘୂ.ନୂଆଁଗାଆଁ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.