ଭଞ୍ଜନଗର,୨୦/୦୬(ପିପିଟି): ସୋମବାର ଦିନ ସାଢ଼େ ଗୋଟାଏ ସମୟରେ ଜଗନ୍ନାଥ ପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଘଟିଥିଲା। ବଜ୍ରପାତ ପ୍ରଭାବରେ ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଟିର ସାମନା ପଟ ଛାତ ଭାଙ୍ଗି ନଷ୍ଟ ହୋଇଯାଇଛି।ଏହି ସମୟରେ କେନ୍ଦ୍ରରେ କେହି ନଥିଲେ। ଯାହାଫଳରେ କୌଣସି କ୍ଷତି ଘଟି ନାହିଁ। ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )