ରାସ୍ତା ନିର୍ମାଣ ଅଧା ପାନ୍ତରିୟା ଯୋଗୁଁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା ।

0 293

ବୋଲଗଡ଼୧୭/୦୬(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଫାଶୀଓଦା ପଞ୍ଚାୟତର କୋଟପଲ୍ଲା ଠାରୁ ଦୁଇ କି.ମି ୫୭ନଂଜାତୀୟ ରାଜପଥ ଭିମପଡା ଛକ ସଂଯୁକ୍ତ ରାସ୍ତାଟି ଦୀର୍ଘ ୫୦ବର୍ଷ ହେବ ଅବହେଳିତ ଭାବେ ପଡିରହିଥିଲା । ଗତ ୧୦ବର୍ଷ ପୂର୍ବେ ଏହି ରାସ୍ତାର କାର୍ଯ୍ୟପାଇଁ ଟେଣ୍ଡର ହୋଇଥିଲା । ତିନି ଜଣ ଠିକାଦାର ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଠିକାଦାର ଏସ ସି ଏସ ଟି ଥିବାରୁ ତାଙ୍କୁ ବାଦ ଦିଆଯାଇ ଅନ୍ୟକୁ ଚୟନ କରାଯାଇଥିଲା ତେଣୁ ସେ ଟେଣ୍ଡରକୁ ଷ୍ଟେ କରିଦେଇଥିବା ଯୋଗୁଁ ରାସ୍ତାକାମ ଅଟକି ଯାଇଥିଲା, ସ୍ଥାନୀୟ ଗ୍ରାମବାସିଙ୍କ ପ୍ରଚେଷ୍ଟାରେ ପ୍ରଶାସନଙ୍କୁ ଦାବିପତ୍ର ଦେଇ ପୁନରାୟ ଟେଣ୍ଡର ହୋଇଛି ।
ବେଗୁନିଆ ଅଞ୍ଚଳର ଠିକାଦାର କାର୍ଯ୍ୟଦେଶ ନେଇ କାମ ଆରମ୍ଭ କରିଥିବା ବେଳେ ପୂର୍ବରୁ ରାସ୍ତାରେ ଥିବା କଲଭେଟ ସବୁକୁ କାଟି ରାସ୍ତା କୁ ଜରାଜୀର୍ଣ୍ଣ ଅବସ୍ଥାରେ ପକାଇଥିବା ରୁ ଆମ୍ବୁଲାନ୍ସ, ଚାରିଚକିଆ ଯାନ ଯିବାତ ଦୂରରକଥା ସାଧାରଣ ଲୋକ
ଚାଲିକି ମଧ୍ୟ ଯାଇ ପାରୁନାହାଁନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ବିଲଥିବାରୁ ବିନା ମୋରମରେ ଅସ୍ଥାୟୀ ରାସ୍ତା ହୋଇଥିଲା। ବର୍ଷା ହୋଇଜିବାରୁ ବିଲ ଗୁଡିକରେ ପାଣି ଜମି କାଦୁଅ ହୋଇଯାଇଛି। ଯାହାକି ପାଦରେ ଯିବାତ ଦୂରର କଥା ଦୁଇ ଚକିଆ ଓ ଚାରିଚକିଆ ଯାନ ଚଳାଚଳ କରିବାରେ ବହୁ ଅସୁବିଧାର ସମୁଖିନ ହେଉଛନ୍ତି। ଯାହାକି କୋଟପଲ୍ଲାରୁ ଭିମପଡା ଏବଂ ଭିମପଡାରୁ କୋଟପୋଲ୍ଲା ଗ୍ରାମକୁ ସାଧାରଣ ଲୋକ ମାନେ ଯାତାୟତ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ କିଛି ବିହିତ ପଦକ୍ଷେପ ନେଲେ ସେମାନେ ଉପକୃତ ହେବବୋଲି ଗ୍ରାମ ବାସୀ ମାନେ କହିଛନ୍ତି।

(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.