ସାବିତ୍ରୀ ଷ୍ଟୋନ କ୍ରସରକୁ ଆଦିବାସୀ ମହାସଂଘର ବିରୋଧ ।

0 227

ମାଲକାନଗିରି,୧୬/୦୬(ପିପିଟି): ରିଖ ରବିବାର ଦିନ, ପୌରପରିଷଦ ଅଞ୍ଚଳ ମାତ୍ର ୨୦୦ ମିଟର ସଦର ମହକୁମା ନିକଟସ୍ଥ, ଗୌଡଗୁଡା ଗ୍ରାମପଞ୍ଚାୟତର, ତଣ୍ଡିକି କାଦବାହାଲ ୧ ନମ୍ବର ୱାର୍ଡ ଠାରେ ଥିବା ସାବିତ୍ରୀ ଷ୍ଟେ।ନ କ୍ରସର ପଥର ଖଣିକୁ ପ୍ରଶାସନ ତରଫରୁ ଟେଣ୍ଡର କରିବା ପାଇଁ ପଲ୍ଲୀ ସଭା କରି ଲିଜ ଦେବା ସକାଶେ ସ୍ଥାନୀୟ ଲୋକଙ୍କ ମତ ଲୋଡା ଯାଇଥିଲା । କିନ୍ତୁ ଏହି ପଥର ଖଣି ବହୁ ବର୍ଷ ଧରି ଏହି ଚାରୋଟି ଗ୍ରାମର ମଝିରେ ଥିବା ଯୋଗୁଁ ଲୋକେ ଆତଙ୍କିତ । କାରଣ ପଥର ଖନନ ପାଇଁ ଯେଉଁ ବ୍ଲାଷ୍ଟିଙ୍ଗ କରାଯାଉଛି, ଘରର କାନ୍ଥ ଫାଟିବା ସହିତ ରାସ୍ତାରେ ଯାଉଥିବା ଲୋକ କିମ୍ବା ସ୍କୁଲକୁ ଯାଉଥିବା ଛାତ୍ର ଛାତ୍ରୀ, ପିଲାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । କିନ୍ତୁ ମାଲକାନଗିରି ତହସିଲ ଉକ୍ତ ପଥର ପାହାଡକୁ ଅନୁମତି ଦେବା ନିମନ୍ତେ ଗତ ତା:୦୮/୦୫/୨୦୨୨ରେ ଖଣି ନିକଟରେ ଥିବା ଚାରୋଟି ଗ୍ରାମ କାଦବାହାଲ, ତଣ୍ଡିକି କାଦବାହାଲ, ରୁକ୍ମଣୀଗୁଡା ଏବଂ ସଭାପତି ଗୁଡା ଗ୍ରାମବାସୀଙ୍କୁ ପଲ୍ଲୀସଭା ଡକାଯାଇ ଥିଲା । କିନ୍ତୁ ଏହି ପଲ୍ଲୀ ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗୌଡଗୁଡା ସରପଞ୍ଚ ସମିତି ସଭ୍ୟ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରଙ୍କ ଉପସ୍ଥିତରେ ଚାରୋଟି ଗ୍ରାମର ଗ୍ରାମବାସୀ ଏହି ସାବିତ୍ରୀ ଷ୍ଟେ।ନ କ୍ରସର କୁ ବିରୋଧ କରାଯାଇଥିବା , ଦେଖିବାକୁ ମିଳିଥିଲା । ଏହି ପଥର ଖଣି ରେ ପଥର ଉତ୍ତୋଳନକୁ ବିରୋଧ କରି ବହୁ ବୁଦ୍ଧିଜୀବୀ ମହିଳାମାନେ ଏଠାରେ ପଥର କ୍ବାରିକୁ ଲିଜ ଦେଲେ ଆମ ଜୀବନ ପ୍ରତି ବିପଦ ଅଛି ବୋଲି ପ୍ରତିବାଦ କରିବା ସହ ଏଠାରୁ ସାବିତ୍ରୀ ଷ୍ଟୋନ କ୍ରସରକୁ ଅତିଶୀଘ୍ର ଉଚ୍ଛେଦ କରାଯାଉ ବୋଲି ଦାବି କରିଥିଲେ। ଗତ ୧୫ ବର୍ଷ ହେଲା ପଥର ଖଣି ମାଲିକ ସେଠାରେ କ୍ରସର ବସାଇ କାର୍ଯ୍ୟ କରିଆସୁଥିବା ବେଳେ ସ୍ଥାନୀୟ ଲୋକମାନଙ୍କୁ କିମ୍ବା ଜମି ହରାଇ ଥିବା ଲୋକମାନଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲେ କୌଣସି ପାରିପାର୍ଶ୍ବକ ଉନ୍ନୟନ କାର୍ଯ୍ଯ କରି ନାହାନ୍ତି । କ୍ରସରକୁ ଲାଗି ଚାଷ ଜମିରେ ପଥର ଗୁଣ୍ଡରେ ଜମିଗୁଡିକ ବନ୍ଧ୍ଯାକରଣ ହୋଇଯାଇଥିଲେ ମଧ୍ଯ ସବୁ ପଥର ଗୁଣ୍ଡର ଆବରଣକୁ ଜମିରୁ ପରିସ୍କାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ ଚାଷ ଜମିରୁ ପଥର ଗୁଣ୍ଡକୁ ସଫା କରାଯାଇନଥିଲା । ତେଣୁ ଚାଷୀମାନେ ଚାଷ କର୍ମକୁ ବଞ୍ଚିତ ହେଉଥିବା ୱାର୍ଡ ମେମ୍ବର ପ୍ରକାଶ କରିଥିଲେ । ଅତୀତରେ ସେଠାରେ ପଥର ବ୍ଲାଷ୍ଟିଙ୍ଗ କରିବା ଦ୍ଵାରା ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିଲା ବେଳେ ତିନି ଜଣ ଅଳ୍ପକେ ବର୍ତ୍ତୀ ଯାଇଥିବା ପ୍ରକାଶ କରିଥିଲେ । କିନ୍ତୁ ମାଲିକ କୌଣସି ସାହାଯ୍ୟ କରି ନଥିବା ବେଳେ ଜମି ବିକି ବିଶାଖାପାଟନାମ ମେଡିକାଲ ଚିକିତ୍ସା ହୋଇ ଆସିଥିବା ଶ୍ରମିକ ମାନେ ଦୁଃଖରେ ପ୍ରକାଶ କରିବା ସହିତ ସ୍ଥାନୀୟ ଲୋକ ଗୋରୁ ଗାଈ ଚରେଇବାକୁ ମଧ୍ୟ ଭୟ କରୁଥିବା ବେଳେ ଏବଂ ବାୟୁ ପ୍ରଦ୍ଯୁଷଣ ଯୋଗୁଁ ପିଲା ଏବଂ ବୁଢାବୁଢି, ଗର୍ଭବତୀ ମହିଳା ତଥା ସ୍ବାଶରୋଗୀମାନେ ନିଶ୍ଵାସ ପ୍ରଶ୍ଵାସ ନେବା ବହୁ କଷ୍ଟ କର ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଥିଲେ।
ଗତ କାଲି ଅର୍ଥାତ ୧୫/୦୬/୨୦୨୨ ତାରିଖ ଦିନ ତଣ୍ଡିକି କାଦବାହାଲ ଠାରେ ଗୌଡଗୁଡା ପିଇଓ ନିଖିଲ ବାନାର୍ଜି,ସରପଞ୍ଚ ପାଣ୍ଡୁରୀ ପଡିଆମୀ,ୱାର୍ଡ ମେମ୍ବର ପାଣ୍ଡୁ ସୋଡି ଏବଂ ଚିରିଗୋଟି ଗାଁର କିଛି ମୁଖିଆକୁ ନେଇ ପଲ୍ଲୀ ସଭା ଆୟୋଜନ ହୋଇଥିବା ବେଳେ ଏହି ପଲ୍ଲୀ ସଭାରେ ପ୍ରାୟ ୨୦ ଜଣ ଉପସ୍ଥିତ ଥିବା ଅଭିଯୋଗ ହୋଇଛି । ପୂର୍ବରୁ କ୍ରସର ମାଲିକଙ୍କ ଭଣଜା ୪ଟି ଆଦିବାସୀ ଗାଁ ଲୋକଙ୍କ ଠାରୁ ଶତାଧିକ ଦସ୍ତଖତ ସଂଗ୍ରହ କରାଯାଇ ପଲ୍ଲୀ ସଭାରେ ଉପସ୍ଥାପିତ କରାଯାଇଥିବା ଆଦିବାସୀ ମହାସଂଘ ଅଭିଯୋଗ କରିଛି । କ୍ରସର ମାଲିକ ତରଫରୁ କିଛି ନିରିହ ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରାଯାଇ ସାବିତ୍ରୀ ଷ୍ଟୋନ କ୍ରସରକୁ ପ୍ରଶାସନ ତରଫରୁ ଅନୁମତି ମିଳିବା ପାଇଁ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ଅନୁମତି ଦିଆଗଲେ ରାଜ ରାସ୍ତାକୁ ଓହ୍ଲାଇ ଆଦିବାସୀ ମହାସଂଘର କର୍ମକର୍ତ୍ତା ଘନଶ୍ଯାମ ମାଡକାମୀ, ପୀତବାସ ଗୋଲରୀ, ସୋନୁ ଅନୁଗ,ହରି ଗୋଲରୀ,ଜାରା ଶବର ମାଡି, ଘେନୁ ମୁଦୁଲି,ଧନ ଖିଲ ପ୍ରମୁଖ କଡା ବିରୋଦ୍ଧ କରିବେ ବୋଲି ଚେତାବନି ଦେଇଛନ୍ତି । ଅନ୍ଯ ପକ୍ଷରେ ଗୌଡଗୁଡା ପିଇଓ ନିଖିଲ ବାନାର୍ଜି କହିଛନ୍ତି ଯେ ଗତ କାଲି ଯେଉଁ ପଲ୍ଲୀ ସଭା ଆୟୋଜନ କରାଯାଇଥିଲା,ସେହି ସଭାରେ ପ୍ରାୟ ୧୫୦ ଲୋକ ଉପସ୍ଥିତ ରହି ନିଜର ମତାମତ ପ୍ରକାଶ କରିଥିଲେ ଏବଂ କ୍ରସର ଚାଲିବା ସପକ୍ଷରେ ସହମତି ପ୍ରକାଶ କରି ଦସ୍ତଖତ ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.