ବ୍ରହ୍ମପୁର,୦୯/୦୬(ପିପିଟି): ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁରରେ ଡବଲ ମର୍ଡର ଘଟଣାରେ ଉପଯୁକ୍ତ ତଦନ୍ତ ଦାବି କରିବା ପାଇଁ ଆଜି ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ ଧାରଣା ସହ ଗଣ ବିକ୍ଷୋଭ କରିଥିଲେ ଗ୍ରାମବାସୀ । ବିଜେପି ନେତା ଉତ୍ତମ ପାଣଗ୍ରାହୀଙ୍କ ସମେତ ଶତାଧିକ ଗ୍ରାମବାସୀ ମୃତକ ବାବୁ ଗୌଡ଼ଙ୍କ ପରିବାର ସହ ବହୁ ଗ୍ରାମବାସୀ ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ପ୍ରକାରେ ଗତ ମେ ମାସ ୨୯ ତାରିଖରେ ଦିଗପହଣ୍ଡି ର ନବରଙ୍ଗପୁରରେ ବିଜୟ ଗୌଡ ଓରଫ୍ ବନ ଏକ ଧାରୁଆ ଛୁରୀରେ ବାବୁ ଓ ପ୍ରଦୀପକୁ ଘାତକ ଆକ୍ରମଣ କରିଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲରେ ବାବୁ ଗୌଡଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ପ୍ରଦୀପର ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ଜୁନ ମାସ ୨ ତାରିଖରେ ମୃତ୍ୟ ଘଟିଥିଲା । ବର୍ତମାନ ଆସାମୀ ବିଜୟ ଗୌଡ ଓରଫ୍ ତୋଫାନ ଦିଗପହଣ୍ଡି ଉପକାରାଗାରରେ ଥିଲେ ମଧ୍ୟ ଗ୍ରାମର ଆସାମୀମାନେ ମୟୂର ଗୌଡ , ରାମକୃଷ୍ଣ ସାହୁ , ଶୁଭୁଜିତ୍ ସାହୁ ଓ ବ୍ୟାଚନାପଲ୍ଲୀ ଗ୍ରାମନିବାସୀ ରାମନାଥ ବିଷୋୟୀ ସାକ୍ଷୀମାନଙ୍କୁ ହଟେଇ ଦେବା ପାଇଁ ହତ୍ୟା ଧମକ ଦେଉଛନ୍ତି । ତୁରନ୍ତ ଘଟଣାରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଓ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଦାବି ନେଇ ବ୍ରହ୍ମପୁର ଏସପିଙ୍କୁ ଦାବି ଜଣେଇଥିଲେ ଗ୍ରାମବାସୀ । ଘଟଣା କୁ ଗୁରୁତର ସହ ନିଆଯାଇଛି ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ କହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )