କୋଦଳା ଏନ୍ଏସି,ମୁକ୍ତା ଯୋଜନାରେ ମହାଘୋଟଲା ଅଭିଯୋଗ,ନିର୍ବାହୀ ଅଧିକାରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ,ଦୁଇ କର୍ମଚାରୀ ବହିଷ୍କୃତ ।

0 284

କୋଦଳା,୦୮/୦୬(ପିପିଟି): କୋଦଳା ଏନଏସି ରେ ନୂତନ ଅଧ୍ୟକ୍ଷ କାର୍ଯ୍ୟଭାର ଗ୍ରହଣ କରିବାର କିଛିମାସ ବିତିଥିବା ବେଳେ ମୁକ୍ତାଯୋଜନାର ଏକ ସାଙ୍ଘାତିକ ଘୋଟାଲା ଦେଖିବାକୁ ମିଳିଛି । ଦୁର୍ନୀତି ମୁକ୍ତ କୋଦଳା କରିବା ପାଇଁ ଡିଣ୍ଡିମ ପିଟୁଥିବା ଅଧ୍ୟକ୍ଷ୍ୟ ମହୋଦୟ ନିଜେ ଦୁର୍ନୀତିରେ ଲିପ୍ତ ଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ କାଉନସିଲର । ମୁକ୍ତା ଯୋଜନା ରେ ୬୦ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ “ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ” କାର୍ଯ୍ୟାଦେଶ ଦେବାପାଇଁ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନେଇ ନିର୍ବାହୀ ଅଧିକାରୀଙ୍କ ଅନୁମୋଦନ ପ୍ରକାରେ ୨୭/୦୫/୨୦୨୨ ରେ କାର୍ଯ୍ୟାଦେଶ ବଣ୍ଟନ କରାଗଲା । ୨୯/୦୫/୨୦୨୨ତାରିଖ ରୁ କିଛି ଜାଗାରେ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା କିନ୍ତୁ ମହିଳା ସଙ୍ଘ ଓ କାଉନସିଲର ଙ୍କ ଅଭିଯୋଗ ମଧ୍ୟ ପହଁଚିଲା । ସଙ୍ଘର ଅଭିଯୋଗ ଥିଲା ଆମକୁ କାମ ଦେବାକୁ କହିଥିଲେ କିନ୍ତୁ ଆମକୁ ନ ଦେଇ ସେହି ଜାଗାରେ ଅନ୍ୟ ସଙ୍ଘ କୁ କାର୍ଯ୍ୟାଦେଶ ଦେଇଛନ୍ତି । ଆମ ସଙ୍ଘ ର ନାଁ କାଟି ଅନ୍ୟ ସଙ୍ଘର ନାଁ ଯୋଡ଼ିଛନ୍ତି । କାଉନସିଲରଙ୍କ ଆମ ନିଜ ୱାର୍ଡ ରେ ଗ୍ରୁପ ଥାଇ ଆମ୍ଭେ ଜାଣିପାରିଲୁ ନାହିଁ ବାହାର ଗ୍ରୁପ ନାମରେ କାମ ଦେଇଛନ୍ତି । ପରେ ପରେ ସୋସିଆଲ ମିଡ଼ିଆ ରେ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଥିବା ଧଳା ସିରାମରା କିଛି (rwhs) କାର୍ଯ୍ୟାଦେଶ କାଗଜ ଘୁରି ବୁଲୁଥିଲା । ଏହାର ସତ୍ୟାସତ୍ୟ କଣ ଜାଣିବାକୁ ଚାହିଁ ଆମ୍ଭେ ମୁକ୍ତା ସଂଯୋଜକ ମାନସ ରଞ୍ଜନ ଦାଶଙ୍କ ସହିତ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଯେତିକି ଗ୍ରୁପକୁ କାର୍ଯ୍ୟାଦେଶ ଦେବାକୁ ସ୍ଥିର କରାଯାଇଥିଲା ସେମାନଙ୍କୁ ଦିଆଯାଇଛି କିଛି କାର୍ଯ୍ୟାଦେଶକୁ ଅଧ୍ୟକ୍ଷଙ୍କ ଜାଣତରେ ଇରେଜର ମାରି ସଙ୍ଘନାମ ବଦଳା ଯାଇଛି ଏବଂ ଏ ବିଷୟ ନିର୍ବାହୀ ଅଧିକାରୀ ଜାଣିଛନ୍ତି ବୋଲି କହି ଫୋନ କାଟିଦେଇଥିଲେ । ଏନ୍ଏସି ନିର୍ବାହୀ ଅଧିକାରୀ ସଶ୍ମିତା ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ ମୁକ୍ତା ର ସମସ୍ତ ଅଧିକାରୀଙ୍କୁ ନେଇ ସେମାନଙ୍କ ସହିତ ଆଲୋଚନା କରି rwhs କାର୍ଯ୍ୟ ନିମନ୍ତେ ୬୦ ଗ୍ରୁପଙ୍କ ନାମ କୁ ଅନୁମୋଦନ କରାଯାଇଥିଲା ଏବଂ ୨୭/୦୫/୨୦୨୨ ରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ପରେ ପରେ ବିଭାଗୀୟ ଯନ୍ତ୍ରୀଙ୍କୁ କାର୍ଯ୍ୟ ଆରମ୍ଭ ନିମନ୍ତେ ଗ୍ରୁପମାନଙ୍କୁ ଲେ ଆଉଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲି । ଯନ୍ତ୍ରୀ ଦୁର୍ଗା ପ୍ରସାଦ ସାହୁ କିଛି ଗ୍ରୁପ କୁ ଲେ ଆଉଟ ଦେଇଥିବା ବେଳେ କିଛି ଗ୍ରୁପଙ୍କ ପାଖରେ କାର୍ଯ୍ୟାଦେଶ ନାହିଁ ବୋଲି କହିଥିଲେ ଏବଂ କିଛି କାର୍ଯ୍ୟଦେଶ ରେ ଧଳା ଇରେଜର ମରାଯାଇଥିବା ଜାଣିବାକୁ ପାଇଥିଲି ସଙ୍ଗେ ସଙ୍ଗେ ମୁକ୍ତା ସଂଯୋଜକ ମାନସ ରଞ୍ଜନ ଦାଶଙ୍କୁ ସ୍ପଷ୍ଟୀକରଣ ମାଗିଥିଲି କିନ୍ତୁ ଉତ୍ତର ନ ଦେଇ ସେ ଛୁଟି ରେ ଚାଲିଯାଇଛନ୍ତି ,ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ମଧ୍ୟ ପହଁଚିଛି, ଦୁଇଦିନ ମଧ୍ୟରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତହସିଲ କାର୍ଯ୍ୟାଳୟ କୁ ଚିଠି କରିଛୁ ।ତହସିଲ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ଆସନ୍ତା ଦୁଇଦିନ ମଧ୍ୟରେ ଗ୍ରୁପ ମାନଙ୍କ ନିକଟକୁ ଯାଇ ରିପୋର୍ଟ ମାଗି ଯିଏ ବି ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ଥିବେ ଆଇନ ଅନୁଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଏବଂ ସେ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ମଧ୍ୟ ଆମ୍ଭର ହସ୍ତଗତ ହୋଇଛି । ଅଧ୍ୟକ୍ଷ କହିବା ଅନୁଯାଇ କିଛି ଗ୍ରୁପ ନା ବଦଳାଇ ଦେଇଛି,ଆଉ ଏମିତି ଭୁଲ କରିବି ନାହିଁ ବୋଲି ଏକ ସ୍ୱଷ୍ଟିକରଣ ମେସେଜ ମଧ୍ୟ ନିର୍ବାହୀ ଅଧିକାରୀଙ୍କୁ ମୁକ୍ତା ସଂଯୋଜକ ପ୍ରେରଣ କରିଥିବା ନେଇ ଆମର ହସ୍ତଗତ ହୋଇଛି । ମୁକ୍ତା ଯନ୍ତ୍ରୀ ଦୁର୍ଗା ପ୍ରସାଦ ସାହୁ କହିଛନ୍ତି ଯେ ଏନଏସି ଅଧ୍ୟକ୍ଷ rwhs ଯୋଜନା ବୁଝିବା ପାଇଁ ମୁକ୍ତା ସଂଯୋଜକ ମାନସ ଦାଶଙ୍କୁ ଚିଠି ସହିତ ସମସ୍ତ ଦାଇତ୍ୱ ଦେଇଥିଲେ । ସେ ହିଁ ଗ୍ରୁପ ବାଛିବା ସହିତ ସମସ୍ତ କାର୍ଯ୍ୟ ବୁଝୁଥିଲେ ମୁଁ କେବଳ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ୱାର୍କ ଅର୍ଡର ଦେଖିଲେ ଆଉଟ ପ୍ରଦାନ କରିବା ଛଡା ଅନ୍ୟ କିଛି କାମ କରିନାହିଁ ।
ଏବେ କେବଳ ଦୋଷୀ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି “ଦୁର୍ନୀତି ମୁକ୍ତ ନା ଦୁର୍ନୀତି ଯୁକ୍ତ “ଏନଏସି ହେବ ତାହାରି ଉପରେ କୋଦଳା ଜନସାଧାରଣଙ୍କ ନଜର, ପ୍ରକୃତରେ କାହିଁକି ଏପରି କରିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି, ଯଦି ଜଣେ ଓଏଏସ ଅଧିକାରୀଙ୍କ ଅର୍ଡର ଉପରେ ଇରେଜର ମରାଯାଇ ଅନ୍ୟ ନାମ ସଂଯୋଗ କରାଯାଇ ପାରୁଛି ତାହାହେଲେ କୋଦଳା ବିକାଶ ହେବ ନା ବିନାଶ । ବୁଧବାର ଏହାର ଅନୁଧ୍ୟାନ କରିବା ପାଇଁ ପିଡି ଡୁଡା ର ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଆସି ରିପୋର୍ଟ ସଂଗ୍ରହ କରି ଫେରିଥିବା ବେଳେ ତହସିଲ କମିଟି ମଧ୍ୟ ପ୍ରତ୍ୟେକ ୱାର୍ଡ ବୁଲି ଗ୍ରୁପ ମାନଙ୍କ ଠାରୁ ରିପୋର୍ଟ ସଂଗ୍ରହ କରିଥିବା ଜାଣିବାକୁ ମିଳିଛି । ଏହାରି ମଧ୍ୟରେ ଏହି ଯୋଜନାର ଦୁଇ କର୍ମଚାରୀ ବହିସ୍କୃତ ହୋଇଥିବା ନେଇ ସୂଚନା ମିଳିଛି ।ଜୈନିକ ମହିଳା ନିର୍ବାଚିତ ପ୍ରତିନିଧିଙ୍କ ଘରେ ବସି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ୱାର୍କ ଅର୍ଡର ରେ ଧଳା କାଳି ମାରି ଏପରି ଜାଲିଆତି କରି କିଛି ଗ୍ରୁପଙ୍କୁ ସେହିଜାଗାକୁ ଡାକି ୱାର୍କ ଅର୍ଡର ଦିଆଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

Leave A Reply

Your email address will not be published.