ରାଇସ ମିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ।

0 369

ଭଞ୍ଜନଗର,୦୬/୦୬(ପିପିଟି): ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗ୍ରାମର ଚକାଡୋଳା ରାଇସ ମିଲ ନିକଟ ଜମିରେ ସୋମବାର ସକାଳ ସମୟରେ ଜଣେ ଅଜଣା ବୟସ୍କ ବ୍ୟକ୍ତି ମୁହଁ ମାଡ଼ି ତଳେ ପଡିଥିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ଘଟଣାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଲୋକଟିର ମୃତ୍ୟୁ ଘଟିଥିବା ଜାଣିପାରି ତାର ପରିଚୟ ଖୋଜି ବାହାର କରିଥିଲା। ମୃତକ ଜଣଙ୍କ ହେଲେ ଯୋଗୀମାରି ଗ୍ରାମର ଉଦୟ ନାଇକ(୯୨)।ଉଦୟ ରବିବାର ଝିଅ ଘର ଲେମ୍ଭେଇ ଗ୍ରାମକୁ ଯାଇ ପୁଣି ଅପରାହ୍ନରେ ନିଜ ଗ୍ରାମକୁ ଫେରୁଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି କାରଣରୁ ପଡ଼ି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି।ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.