ମାଲକାନଗିରି,୦୬/୦୬(ପିପିଟ): ମାଲକାନଗିରି ତହସିଲରେ ଟେଣ୍ଡର ଫିକ୍ସଂ ଗୁଜବ ସଂପୂର୍ଣ୍ଣ କପୋଳ କଳ୍ପିତ ଏବଂ ଭିତିହିନ ବୋଲି ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମି ପ୍ରକାଶ କରିଛନ୍ତି ।ଗନ୍ଦିପାଲ୍ଲୀ ପଥର କ୍ବାରିକୁ ନେଇ ଏହି ଅପପ୍ରଚାର କିଛି ନ୍ଯସ୍ତ ସ୍ବାର୍ଥ ଗୋଷ୍ଠୀ ଚଳାଇଥିବା ସେ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ତହସିଲ ତରଫରୁ ଗତ ୧୧.୦୫.୨୦୨୨ରେ ୫ ଗୋଟି ଟେଣ୍ଡର ଆହ୍ବାନ କରାଯାଇଥିଲା । ସେ ଗୁଡିକ ହେଲ. ବୁଦ ଗୁଡା ମୁରୁମ କ୍ବାରି, କୋରୁକୋଣ୍ଡା ପଥର କ୍ବାରି, କୋଇଲିପାରୀ ପଥର କ୍ବାରି (କ),ଗନ୍ଦିପାଲ୍ଲୀ ପଥର କ୍ବାରି(କ) ଏବଂ ଚିଡିପାଲ୍ଲୀ ପଥର କ୍ବାରି (କ),ଏସବୁ କ୍ବାରି ଲାଗି ବିଡର କେହି ଟେଣ୍ଡର ନ ପକାଇବା ଯୋଗୁଁ ଦ୍ବିତୀୟ ଥର ଟେଣ୍ଡର ଆହ୍ବାନ କରାଯାଇଥିଲା । ତେବେ ଗନ୍ଦିପାଲ୍ଲୀ ପଥର କ୍ବାରି ପାଇଁ ୪ ଜଣ ବିଡର ଟେଣ୍ଡର ପକାଇଥିଲେ । ସେମାନେ ହେଲେ ନିଶିକାନ୍ତ ପଣ୍ଡା,ରାଜ କୁମାର ସାହୁ, ଡି.ନୀଳକଣ୍ଠ ରାଓ ଏବଂ ଦାଶରଥି ବେହେରା । ଏହି ଟେଣ୍ଡର ଗତ ତା:୦୨.୦୬.୨୦୨୨ରେ ତହସିଲଦାରଙ୍କ ଉପସ୍ଥିତିରେ ଖୋଲା ଯାଇଥିଲା । ଏହି ଟେଣ୍ଡର ଖୋଲା ହେବା ପୂର୍ବରୁ ଦାଶରଥି ବେହେରା ନାମକ ବିଡର ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ ନକରିବାକୁ ଲିଖିତ ଆକାରରେ ତହସିଲଦାରଙ୍କୁ ନିବେଦନ କରିଥିଲେ । ଫଳରେ ୩ ଜଣ ବିଡରଙ୍କ ଟେଣ୍ଡର ପେପର୍ ଲଫପାକୁ ସମସ୍ତଙ୍କ ଉପସ୍ଥିତିରେ ଖୋଲାଯାଇଥିଲା । ସର୍ବାଧିକ ରୟାଲଟି ଏକ କ୍ବବିକ୍ ମିଟର ପାଇଁ ୩୩୩/-ଟଙ୍କା ପକାଇଥିବା ବିଡର ଡି.ନୀଳକଣ୍ଠ ରାଓଙ୍କୁ ଗନ୍ଦିପଲ୍ଲୀ ପଥର କ୍ବାରି ପ୍ରାପ୍ତ ହୋଇଥିଲା । ଗନ୍ଦିପାଲ୍ଲୀ ପଥର କ୍ବାରିଟି ୩.୯୮୩ ହେକ୍ଟର ପରିମିତ ଅଞ୍ଚଳ ଅଟେ । ଏହାକୁ ୫ ବର୍ଷ ପର୍ଯ୍ଯନ୍ତ ମାଲକାନଗିରି ତହସିଲ ଟେଣ୍ଡର ଆହ୍ବାନ କରି ବିଡରକୁ ପ୍ରଦାନ କରିଥାଏ । ବର୍ତ୍ତମାନ ଏହାର ବାର୍ଷିକ ରୟାଲଟି ୨ ଲକ୍ଷ ୭୦ ହଜାର ଟଙ୍କା ବିଡରଙ୍କୁ ପୈଠ କରିବାକୁ ପଡିବ । ତେବେ କିଛି ବ୍ଯକ୍ତି କହିବାର ଉଦ୍ଦେଶ୍ଯ ହେଲା ଦାଶରଥି ବେହେରାରଙ୍କ ଟେଣ୍ଡର ବକ୍ସରେ ପକାଇଥିବା ଲଫାପା କାହିଁକି ଖୋଲା ଗଲା ନାହିଁ ? ଏହାକୁ ନେଇ ଟେଣ୍ଡର ଫିକ୍ସଂ ହୋଇଥିବା ଗୁଜବ ପ୍ରଚାର କରାଯାଉଛି ।ଏହା ସଂପୂର୍ଣ୍ଣ ଉଦ୍ଦେଶ୍ଯ ପ୍ରଣୋଦିତ ଏବଂ କପୋଳ କଳ୍ପିତ ବୋଲି କୁହାଯାଇଛି । ହସିଲରେ ଟେଣ୍ଡର ଫିକ୍ସଂ ଭଳି ଏକ ମିଥ୍ଯାରୋପକୁ ଅଯଥା ଲଗାଇ ବଦନାମ କରିବାର ଅପ ପ୍ରୟାସ ଚାଲିଛି ବୋଲି ଶ୍ରୀ କାର୍ତ୍ତାମୀ ପ୍ରକାଶ କରିଛନ୍ତି । ଯେ ହେତୁ ଟେଣ୍ଡର ଖୋଲିବା ପୂର୍ବରୁ ଦାଶରଥି ବେହେରା ତାଙ୍କ ଟେଣ୍ତରରୁ ଓହରି ଯାଇଥିଲେ,ଏଣୁ ତାଙ୍କ ଲଫାପା ଖୋଲିବାର ପ୍ରାସଙ୍ଗିକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post