ମାଲକାନଗିରି,୦୫/୦୬(ପିପିଟି): ଗ୍ରୀଷ୍ମ ଛୁଟି ଘୋଷଣା ନହେବା ପୂର୍ବରୁ ୭ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ଜଣା ପଡିଛି । ଗତ କାଲି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଅଚାନକ ତଣ୍ଡିକି ପଞ୍ଚାୟତର କିଛି ବିଦ୍ଯାଳୟକୁ ଅଚାନକ ଗସ୍ତ କରିଥିଲେ । ଗତକାଲି ଶିକ୍ଷାଦାନର ଶେଷ ଦିନ ହୋଇଥିଲେ ମଧ୍ୟ କିଛି ବିଦ୍ଯାଳୟକୁ କେତେକ ଶିକ୍ଷକ ବିଳମ୍ବରେ ପହଞ୍ଚିଥିଲେ ଏବଂ ଗ୍ରୀଷ୍ମ ଛୁଟି ପୂର୍ବରୁ ଆଗୁଆ ଗାଁ କୁ ଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବସ୍ତ ସୂତ୍ରକୁ ସୂଚନା ପାଇଥିଲେ । ତଦନ୍ତ ପରେ ଅନୁପସ୍ଥିତ ରହିଥିବା ଶିକ୍ଷକମାନଙ୍କ ନାମରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଗୋଟିଏ ଦିନର ଦରମା ବନ୍ଦ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି । ଏ ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛି ବୋଲି କୁହାଯାଇଛି। ରାଜ୍ୟ ସରକାର ସ୍କୁଲ ଗୁଡ଼ିକ ଶିକ୍ଷା ଓ ପାରିପାର୍ଶ୍ବିକ ପରିବେଶର ଉନ୍ନତି କରଣ ସହିତ ଉଚ୍ଚ ମାନର ଶିକ୍ଷା ପ୍ରଦାନ ପାଇଁ ୫ଟି ଅଧୀନରେ ଆଣିଥିବା ବେଳେ ତଣ୍ଡିକି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଥିବା ସ୍କୁଲ ଗୁଡିକରେ ଶିକ୍ଷକ ଅନୁପସ୍ଥିତ ରହିବା ଘଟଣା ଶିକ୍ଷା ବିଭାଗର କାର୍ଯ୍ୟ ପ୍ରଣାଳୀ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତକାଲି ଜିଲ୍ଲା ଶିକ୍ଷାଧିକାରୀଙ୍କ ଗସ୍ତ ସମୟରେ ଅନୁପସ୍ଥିତ ଥିବା ଶିକ୍ଷକମାନେ ହେଲେ ବଣ୍ଡିକି ଉଚ୍ଚବିଦ୍ୟାଳୟର ଜିଲ୍ଲା ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ ଓ ଅସୀମ ବିଶ୍ୱାସ, ଦାମଗୁଡ଼ାର ବିଜୟ ବେହେରା ଓ ଉମାଶାଙ୍କର ଡଙ୍ଗରି, ନାରାୟଣଗୁଡା ସ୍କୁଲର ସୁଷମା ବାରିକ,ବାହାଲ ଗୁଡ଼ା ସ୍କୁଲର ରାଜେଶ୍ୱରୀ ସେନାପତି, ତଙ୍ଗଗୁଡ଼ା ପ୍ରାଥମିକ ବିଦ୍ୟାଳୟର ନାଗେଶ୍ୱର ପଟ୍ଟନାୟକ ଅନୁପସ୍ଥିତ ରହିଥିଲେ । ଏହି ଶିକ୍ଷକଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଆଗକୁ ଦେଖିବାକୁ ବାକି ରହିଲା । ଯଦି ଏମାନଙ୍କ ବିରୁଦ୍ଧରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ଆଗାମି ଦିନରେ କିଛି କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କ ପ୍ରତି ଏହା ତାଛଲ୍ଯ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଦାମାଗୁଡା ଗୁଡା ପୟୁପିଏସ ଶିକ୍ଷକ ଉମାଶାଙ୍କର ଡଙ୍ଗରି ପୂର୍ବରୁ ଶିକ୍ଷକତା ସହ ବିଭିନ୍ନ ଅନଲାଇନ ସଂସ୍ଥା ସହଭାଗିତାରେ ବ୍ୟବସାୟ କରିବା ସହ ବର୍ତ୍ତମାନ ଦୁବାଇ ଗସ୍ତ ରେ ରହିଥିବା ବେଳେ ତାଙ୍କ ଛୁଟି ବାବଦରେ ମଣ୍ଡଳ ଶିକ୍ଷା ଅଧିକାରୀ ଜାଣିନଥିବା ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post