ଭଞ୍ଜନଗର ବ୍ଲକ ରେ ୧୧ଟି ସ୍କୁଲ ହେଲା ରୂପାନ୍ତରିତ ।

0 295

ଭଞ୍ଜନଗର,୦୩/୦୬(ପିପିଟି): ଓଡ଼ିଶାରେ ମୋଟ ୫୩୧ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ସେଥି ମଧ୍ୟରେ ଭଞ୍ଜନଗର ବ୍ଲକର ୧୧ଟି ସ୍କୁଲ ରହିଛି।ସେଗୁଡିକ ହେଲା ସ୍ଥାନୀୟ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, କୁଲାଡ଼ ହାଇସ୍କୁଲ, ଡିହ ପଢାଳ ହାଇସ୍କୁଲ,ଗୋଲା ପଡା ହାଇସ୍କୁଲ, ଜିଲୁଣ୍ଡି ହାଇସ୍କୁଲ, ବାହାଡ଼ା ପଦର ହାଇସ୍କୁଲ, ମୁଜାଗଡ ହାଇସ୍କୁଲ,ବ୍ରାହ୍ମଣ ପଦର ହାଇସ୍କୁଲ, ତଳ ଜୀବିକା ହାଇସ୍କୁଲ ଓ ଦୋ ମୁହାଣୀ ହାଇସ୍କୁଲ।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଡ଼ିଓ ସମସ୍ତ ବିଦ୍ୟାଳୟ ବୁଲି ଦେଖିଥିଲେ ଏବଂ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ, ବିଆରସିସି ହୃଷିକେଶ ସ୍ୱାଇଁ,ବଡ଼ କୋଦଣ୍ଡା ସିଆରସିସି ମୋହନ ସାହୁ, ଡୁମାକୁମ୍ପା ସିଆରସିସି ତ୍ରିନାଥ ବେହେରା ଓ ଅନ୍ୟମାନେ ବିଭିନ୍ନ ସ୍କୁଲରେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.