ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ।

0 314

ବେଲଗୁଣ୍ଠା,୨୬/୦୫(ପିପିଟି): ବୁଧବାର ରାତ୍ର ଆଠ ଘଣ୍ଟା ସମୟରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି । ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଧୂନିକ ପାଠାଗାର, ଯାତ୍ରୀ ବିଶ୍ରାମାଗାର, ବସ୍ ଷ୍ଟାଣ୍ଡ୍ ସର୍ବସାଧାରଣ ଶୌଚାଳୟ,ଜଗନ୍ନାଥପ୍ରସାଦ ରୋଡ଼୍ ମାର୍କେଟ୍ କମ୍ପ୍ଲେକ୍ସ୍ ପ୍ରମୁଖ ଉଦ୍‌ଘାଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବେଲଗୁଣ୍ଠା ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ନଗରପାଳ ଫିରୋଜ ସେଠୀ, ଉପନଗରପାଳ ଟି.ବବିତା କୁମାରୀ,କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ ପାତ୍ର, ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ମହାପାତ୍ର, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ୱର ପାତ୍ର, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ,ଏସ୍ ଭାସ୍କର ପାତ୍ର, ଲୀଜା ବେହେରା, ପ୍ରିୟମ୍ବଦା ସାମଲ, କାହ୍ନୁ ଚରଣ ସହୁ, ପ୍ରଦୀପ କୁମାର ସେଠୀ, ପ୍ରଗତି ପାତ୍ର, ଦିଲ୍ଲୀପ୍ କୁମାର ଆଚାରୀ, ସୁଜ୍ୟୋତି ସୁବୁଦ୍ଧି, ସଙ୍ଗୀତା ପାତ୍ର, ବିଶ୍ଵନାଥ ଦଳାଇ, ପ୍ରତିମା କୁମାରୀ ସ୍ୱାଇଁ, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ବ୍ଳକ୍ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ବରିଷ୍ଠ ବିଜେଡ଼ି ନେତା ସିଏଚ୍ ଲିଙ୍ଗରାଜ ପାତ୍ର,ପ୍ରମୋଦ ପ୍ରଧାନ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.