ସାନଖେମୁଣ୍ଡି,୨୩/୦୫(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନସ୍ଥ ପୋଡ଼ାମାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ପାଟପୁର ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ସନ୍ତୋଷ ବିଷୋୟୀ , ସମାଜସେବୀ ପି.ରାମେଶ୍ବର ପାତ୍ର ମଞ୍ଚାସୀନ ରହିଥିଲେ । ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ଲୋକଙ୍କୁ ସଚେତନତା କରାଇଥିଲେ । ପରିବାରରେ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷାକରିବା ସହ ଛାତ୍ରଛାତ୍ରୀ ଯେପରି କୌଣସି ପରିସ୍ଥିତିରେ ନିଜ ଲକ୍ଷ ବିଚ୍ୟୁତି ନକରନ୍ତି କି କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନହୁଅନ୍ତି ସେ ଦିଗରେ ବାପା ମା ସତର୍କ ରହିବା ପାଇଁ ଅନୁରୋଧ କରିଥିଲେ । ଏହା ସହିତ ଗାଁରେ ଘଟୁଥିବା ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସର ସହର୍ଯ୍ୟ ନେବା ପାଇଁ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଟପୁର ଥାନା କର୍ମକର୍ତ୍ତା,ବହୁ ବୁଦ୍ଧିଜୀବୀ , ସମାଜସେବୀଙ୍କ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )