ପ୍ରେମର କରୁଣ ପରିଣତି,ବିଷ ପାନ କରି ଜୀବନ ହାରିଲେ ଯୁବକ।

0 392

ମାଲକାନଗିରି,୨୩/୦୫(ପିପିଟି): ଭଲ ପାଇ ବାହା ହେବାର କରୁଣ ପରିଣତି ଦେଖିବାକୁ ମିଳିଛି ଆିଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ । ଅନ୍ୟ ଜାତିର ଝିଅକୁ ବାହା ହେବାରୁ ପୁଅ ଠାରୁ ଝିଅକୁ ଛଡାଇ ନେଲେ ଝିଅ ଘର ଲୋକେ । ଶେଷରେ ଫଳ ଏମିତି ହେଲା ଯେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ବିଷ ପାନ କରି ଆତ୍ମହତ୍ୟା କରିଛି ଯୁବକ ଜଣକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ.ଭି- ୯ ଗ୍ରାମରେ । ଏମ.ଭି-୯ ଗ୍ରାମର ସୁଜିତ ହାଲଦାର ନାମକ ଜଣେ ବଙ୍ଗୀୟ ଯୁବକ ପୋଡଶୀ ଗ୍ରାମ ବୈଲାପାରିର ଜଣେ ଆଦିବାସୀ ଯୁବତୀ ଗାୟତ୍ରୀ ପଡିଆମିଙ୍କୁ ଭଲ ପାଉଥିଲେ । ଉଭୟଙ୍କ ବିବାହ ବୟସ ହୋଇଥିବାରୁ ଘରୁ ବାହାରି ଯାଇ କୋର୍ଟ ମେରେଜ ମଧ୍ୟ କରିଥିଲେ Iହେଲେ ସାତ ଜନ୍ମକୁ ସାକ୍ଷୀ ରଖି ବିବାହ ହେବାର ଯେଉଁ ସଂକଳ୍ପ ରହିଛି, ସେ ଦୁହେଁ କ’ଣ ସାତ ଦିନ ପର୍ଯ୍ୟନ୍ତ ଏକାଠି ରହି ପାରିଲେ ନାହିଁ । ପ୍ରେମ ଜାତି ଧର୍ମ କିଛି ମାନେ ନାହିଁ । ପ୍ରେମ ପ୍ରବିତ୍ର ,ସାଶ୍ବାତ ଓ ପ୍ରେମ ଅମର । ହେଲେ ଏଥିରେ ଯେତେ ବେଳେ ବାଧା ପଡିଯାଏ ସେତେ ବେଳେ ପ୍ରେମହୋଇ ଯାଏ ମ୍ଲାନ ଏବଂ ଘନ ଅନ୍ଧକାର । ହଁ ଆମେ କହୁଛୁ ମାଲକାନଗିରି ଜିଲ୍ଲା ଏମ.ଭି-୯ ଗ୍ରାମର ସେହି ବଙ୍ଗୀୟ ଯୁବକ ସୁଜିତ ହାଲଦାରଙ୍କ କଥା ,ଯିଏ ନିଜ ପୋଡଶି ଗାଁ ବୈଲାପାରି ଗ୍ରାମର ଜଣେ ଆଦିବାସି ଯୁବତି ଗାୟତ୍ରୀ ପଡିଆମିଙ୍କୁ ଭଲପାଇ ବସିଥିଲା । କେବଳ ଭଲ ପାଇନଥିଲା ହାତ ଧରି ସାତ ଜନମ ଏକା ସାଙ୍ଗରେ ରହିବାର କଥା ମଧ୍ୟ ଦେଇଥିଲା । ଉଭୟ ପୁଅ ଓ ଝିଅ ଘର ଲୋକେ ଏଥିରେ ରାଜି ନଥିବାରୁ ଦୁହେଁ ଘରୁ ବାହାରି ଯାଇ କୋର୍ଟ ମେରେଜ କରିଥିଲେ । ପରେ ଜଣେ ସଂପର୍କୀୟଙ୍କ ଘରେ ଆସି ଦୁହିଙ୍କ ବଙ୍ଗୀୟ ରୀତିରେ ବାହା ଘର ମଧ୍ୟ ହୋଇଥିଲା । ଦୁଇ ଦିନ ପରେ ବୋହୂକୁ ସାଥିରେ ନେଇ ପୁଅ ନିଜ ଘରକୁ ଫେରିଥିଲା । ହେଲେ ଏହାର ଦିନକ ପରେ ଝିଅ ଘର ଲୋକେ ଏମଭି -୯ ଗାଁକୁ ଯାଇ ଝିଅକୁ ପୁଣି ଥରେ ବାପ ଘରକୁ ଫେରାଇ ନେଇଥିଲେ । ମାଆ ସହିତ ଦେଖା ହେବା ପରେ ଝିଅକୁ ଫେରାଇ ଦେବା କଥା କହି ଝିଅକୁ ଆଉ ନଛାଡିବାରୁ ମାନସିକ ଭାରସାମ୍ୟ ହରାଇ ତିନି ଦିନ ତଳେ କୀଟନାଶକ ବିଶ ସେବନ କରି ଥିଲେ ସୁଜିତ । ସୁଜିତକୁ ଚିକିତ୍ସା ଲାଗି ମାଲକାନଗିରି ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ଯାଗ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.