ଅବ୍ୟବସ୍ଥା ଘେରରେ କୁକୁଡ଼ାଖଣ୍ଡି ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ।

0 339

ବ୍ରହ୍ମପୁର,୧୫/୦୫(ପିପିଟି):ଦିନକୁ ଦିନ ଜନସାଧାରଣ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ମାନଙ୍କ ମଧୂଚନ୍ଦ୍ରିକରେ ବଳି ପଡ଼ୁଛନ୍ତି ସାଧାରଣ ଜନତା । ଆମେ କହୁଛୁ କୁକୁଡ଼ାଖଣ୍ଡି ବ୍ଲକ୍ ରେ ଅବସ୍ଥାପିତ ଉପନିବନ୍ଧକ କାର୍ଯ୍ୟାଳୟ କଥା ଯାହା ସମ୍ପୂର୍ଣ୍ଣ ଭାବେ ଅବ୍ୟବସ୍ଥା ଘେରରେ ରହିଛି । ଏହି କାର୍ଯ୍ୟାଳୟକୁ ଦିନକୁ ଶହ ଶହ ଲୋକ ନିଜର ଜମି , ଘରବାଡ଼ି ଏବଂ ବିବାହ ଦଲିଲ କାର୍ଯ୍ୟ ସହ ବିଭିନ୍ନ ସମସ୍ୟା ନେଇ ଆସିଥାନ୍ତି । ଜମିବାଡ଼ି କିଣାବିକା , ବିବାହ ଦଲିଲ ସକାଶେ ବହୁ ମହିଳା , ପୁରୁଷ ଓ ବରିଷ୍ଟ ଜନସାଧାରଣଙ୍କ ଭିଡ ଲାଗି ରହିଥାଏ ଏହି ଅଫିସରେ । କିନ୍ତୁ ବଡ ଦୁଃଖର ବିଷୟ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ଏହି କାର୍ଯ୍ୟାଳୟରେ ନାଁ ଅଛି ପିଇବା ପାଣି ସୁବିଧା , ନାଁ ଅଛି ଶୌଚାଳୟର ସୁବିଧା , ନାଁ ଲୋକ ମାନଙ୍କ ପାଇଁ ଅଛି କୌଣସି ବସିବା ସ୍ଥାନ । ଜନ ସାଧାରଣ ଖରା ହେଉ କିମ୍ବା ବର୍ଷା ସହ୍ୟ କରି ସେମିତି ଖୋଲା ଆକାଶ ତଳେ ନିଜର କାର୍ଯ୍ୟ କରୁଥିବା ନଜରକୁ ଆସିଛି । ରାଜ୍ୟ ସରକାର ସ୍ୱଚ୍ଛତା ଉପରେ ବେଶ୍ ଗୁରୁତ୍ଵ ଦେଉଥିବା ବେଳେ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ସରକାରୀ ବାବୁ ମାନେ ସ୍ୱଚ୍ଛତା ଉପରେ ଗୁରୁତ୍ବ ଦେବା ବଦଳରେ ଅସ୍ୱଚ୍ଛତା ଉପରେ ବେଶ୍ ଗୁରୁତ୍ଵ ଦେଉଥିବା ପରିଲକ୍ଷିତ ହେଉଛି । ପ୍ରକାଶ ଥାଉକି କାର୍ଯ୍ୟାଳୟକୁ ଆସୁଥିବା ଜନ ସାଧାରଣ ବାହାରକୁ ଯାଇ ପରିସ୍ରା କରୁଥିବା ନଜରକୁ ଆସିଚି ସେମାନଙ୍କ ପାଇଁ ପାନୀୟ ଜଳର କୌଣସି ସୁବିଧା ମଧ୍ୟ ନାହିଁ କି ବସିବା ପାଇଁ ମଧ୍ୟ ସୁବିଧା ନାହିଁ । ଏଠି ସାଧାରଣରେ ପ୍ରଶ୍ନ ଉଠିଛି ଯେ ପ୍ରତ୍ୟେକ ଅଫିସରେ ସମସ୍ତ ସୁବିଧା ଉପଲବ୍ଧ ଥାଉଚି କିନ୍ତୁ ଏହି ଅଫିସରେ କାହିଁକି ନାହିଁ ନାଁ ପଇସା ଆସିଚି ଅଫିସର ମାନେ କରିନାହାନ୍ତି ନାଁ ଚଳୁ କରିଦେଇଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାର୍ଯ୍ୟାଳୟର ଅନେକ ଅସୁବିଧା ହେଉଛି ହେଲେ ଲୋକ ମାନଙ୍କ ଦୁଃଖ କିଏ ଶୁଣିବ ? ଅନେକ ଦୁର୍ନୀତି ହେଉଛି ତାହା କାହାକୁ ଦେଖାଯାଉନାହିଁ । ଉଚ୍ଚ କର୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.