ମାଲକାନଗିରି,୧୪/୦୫(ପିପିଟି): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମରେ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇ ମାଥିଲି ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲେ । ଗ୍ରାମବାସୀ ମେଳି ହୋଇ ପୋଲିସକୁ ଘେରି ଅଟକ ରଖୁଥିଲେ । ଏନେଇ ସୂଚନା ପାଇବା ପରେ ମାଛକୁଣ୍ଡ ଥାନା ପୋଲିସ ଗ୍ରାମରେ ପହଞ୍ଚି ଅଟକ ଥିବା ମାଲକାନଗିରି ପୋଲିସକୁ ଉଦ୍ଧାର କରିଥିବା ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର କହିଛନ୍ତି । ରାତି ଅଧରେ ଚଢାଉ କରିବା ମାଲକାନଗିରି ଜିଲ୍ଲା ପୋଲିସ କୁ ମହଙ୍ଗା ପଡିଛି । ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ । ସୀମାନ୍ତରେ ଥିବା ମାଟିଖାଲ ଗ୍ରାମରେ ମାଲକାନଗିରି ଜିଲ୍ଲା ପୋଲିସ ଗଞ୍ଜେଇ ଚଢାଉ କରିବା ନିମନ୍ତେ ଗାଁ ଭିତରକୁ ପଶିଥିଲେ । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟକୁ ବାଡାଇ ଥିଲେ ଏବଂ ଘର ଭିତରେ ପଶି ଲୋକଙ୍କୁ ଭୟଭିତ କରିବା ସହ ତଲାସି କରିଥିଲେ । ପୋଲିସ ଚଡାଉ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିଲେ । ପରେ ଗାଁର ସମସ୍ତେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ । ପୋଲିସର ୨ ଟି ବାଇକକୁ ମଧ୍ୟ ଗ୍ରାମବାସୀ ଜବତ କରି ରଖିଥିଲେ । ଅନ୍ୟପଟେ ରାତ୍ରରେ ମାଟିଖାଲ ଗାଁରେ ଡକାୟତ ମାନେ ଡକାୟତି କରିବାକୁ ଆସିଥିବା ଭାବି ଗ୍ରାମବାସୀ ଅଟକ ରଖିଥିଲେ ବୋଲି କହିଛନ୍ତି । ମାଲକାନଗିରି ଜିଲ୍ଲା ପୋଲିସର ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ମାଟିଖାଲ ଗାଁ କୁ ଗଞ୍ଜେଇ ରେଡ଼ କରିବାକୁ ଯାଇଥିବା ଅଟକ ପୋଲିସ କର୍ମଚାରୀମାନେ କହିଛନ୍ତି । ଏହି ଚଢାଉରେ ମାଥିଲି , ଗୋବିନ୍ଦପାଲ୍ଲୀ ଓ ମାଲକାନଗିରି ପୋଲିସ ମିଳିତ ଭାବେ ଚଢାଉରେ ସାମିଲ ଥିବା ଜଣା ପଡ଼ିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post