ଗଞ୍ଜାମ ଜିଲ୍ଲାର ଆରାଧ୍ୟ ମା’ ତାରାତାରିଣୀ ଦେବୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ।

0 405

ବ୍ରହ୍ମପୁର,୧୩/୦୫(ପିପିଟି):ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା ତାରାତାରିଣୀ ଦେବୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଜିଲ୍ଲାବାସୀଗଣ ଯୋଗଦାନ ପୂର୍ବକ ମା’ଙ୍କର ଆଶୀର୍ବାଦ ଲାଭ କରିବା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କୁ ମା ତାରାତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଉଅଛି । ଆଦିଶକ୍ତି ମା ତାରାତାରିଣୀ ଯୁଗ୍ମ ରୂପିଣୀ ଅଯୁଗ୍ମ ରୂପରେ ସେ ସଙ୍କଟ ତାରିଣୀ , ଯାହାଙ୍କ ଚରିତ୍ର ଅଦ୍ୟାବଧି ରହସ୍ୟମୟ । ବିମଳା , ପାଦଖଣ୍ଡଞ୍ଚ,ସ୍ତନଖଣ୍ଡଞ୍ଚ, ତାରାତାରିଣୀ, କାମାକ୍ଷା , ୟୋନୀଖଣ୍ଡଞ୍ଚ , ମୁଖଖଣ୍ଡଞ୍ଚ କାଳିକାଃ । ଏହି ପୂରାଣ ଚରିତ ଠାକୁରାଣୀ ଦକ୍ଷ ଯଜ୍ଞ ବିନାସିନୀ ଶକ୍ତି ଶରୀରର ଅଙ୍ଗ ବିଶେଷ , ଯାହାକି ରତ୍ନଗିରି ଭାଷାନ୍ତରେ ପୂଜା ପାଇ ଆସୁଛନ୍ତି । ଦୁର୍ଗମ ପାହାଡ , ଘନ ଜଙ୍ଗଲଭରା ପର୍ବତ ଦେହରେ ପୂଜା ପାଇ ଆସୁଥିବା ଭଗବତୀ ଯଦିଓ ଅତୀତରେ ଭକ୍ତଙ୍କ ପାଇଁ ଦୁର୍ଲଭ ଓ ଦୁଶ୍ଚର ଥିଲେ ଆଜି କିନ୍ତୁ ତାହା ଯୁଗର ବିବର୍ତ୍ତନବାଦରେ ପରିବର୍ତ୍ତନ ଘଟିଛି । ଓଡିଶା ସରକାରଙ୍କ ପ୍ରଦତ୍ତ ଅନୁଦାନ ରାଶିରେ ମହାର୍ଦ୍ଦ ବଉଳମାଳିଆ ପଥର ଦ୍ବାରା ନବନିର୍ମିତ ପଞ୍ଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜାପାଇ ଆସୁଛନ୍ତି, ଯିଏକି ଭକ୍ତଙ୍କ ଅତି ନିକଟତର ହୋଇ ଅଛନ୍ତି । ସେହି ନବନିର୍ମିତ ଜୀର୍ଣ୍ଣୋଦ୍ଧାର ଦେବୀ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ଆଗାମୀ ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥି ତା. ୧୫.୦୫.୨୦୨୨ରିଖ (ରବିବାର) ଠାରୁ ତା. ୨୦.୦୫.୨୦୨୨ ରିଖ (ଶୁକ୍ରବାର) ପର୍ଯ୍ୟନ୍ତ ଚାଲୁ ରହିବ । ଏଣୁ ଆପଣମାନେ ଉକ୍ତ ପ୍ରତିଷ୍ଠା ଯଜ୍ଞୋତ୍ସବରେ ସପରିବାର ଯୋଗଦାନ କରି ମା’ଙ୍କର ଆଶିଷ ଲାଭ କରିବା ନିମନ୍ତେ ଅନୁରୋଧ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.