ବ୍ରହ୍ମପୁର,୨୪/୦୪(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ୍ ମହୁପଦର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଆଜକୁ ୩ ଦିନ ହେଲା ଝାଡ଼ାବାନ୍ତିରେ ଛୋଟରୁ ବଡ଼ ଲୋକ ମାନେ ଆକ୍ରାନ୍ତ ହୋଇ ମେଡିକାଲ ଯାଉଛନ୍ତି । ହେଲେ ବଡ଼ ବିଡ଼ମ୍ବନାର ବିଷୟ ଏ ପର୍ଯ୍ୟନ୍ତ କୌଣସି ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗ୍ରାମରେ ପହଞ୍ଚି ପରୀକ୍ଷା କରିନଥିବା ଜଣା ପଡିଛି । ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଲାଣି ହେଲେ ସ୍ଥାନୀୟ ପ୍ରଶାସନର ଏଥି ପ୍ରତି ଦୃଷ୍ଟିଗୋଚର ଦେଉନଥିବା ଅଭିଯୋଗ ହୋଇଛି । ଶେରଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆର.ବି.ଏସ.କେ ମୋବାଇଲ ଟିମ୍ ଥିଲେ ମଧ୍ୟ ଗ୍ରାମକୁ ଯାଇନଥିବା ଶୁଣିବାକୁ ମିଳୁଛି ।
(ରିପୋର୍ଟ- ଆରତ କୁମାର ହୋତା। )