ଭଞ୍ଜନଗର,୧୧/୦୪(ପିପିଟି) : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କଣ୍ଟେଇପଲ୍ଲୀ ଠାରେ ବନ ବିଭାଗ ପକ୍ଷରୁ ଆଜି ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ପ୍ରାୟ ୧୨ଫୁଟ ହେବ ବୋଲି ଅନୁମାନ କରାଯାଉଛି । କଣ୍ଟେଇପଲ୍ଲୀ ରାସ୍ତା କଡରେ ଥିବା ଏକ ଗଛ ମୂଳେ ସାପଟି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନପାଳ ଶରତ ମହାନ୍ତି, ରଶ୍ମିତା ସେଠୀ, ସ୍ନେକ ହେଲ୍ପ ଲାଇନର ନାରାୟଣ ପାତ୍ର ସେଠାରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଏହା ପରେ ବନବିଭାଗ ସହାୟତାରେ ସାପଟିକୁ ପ୍ରାକୃତିକ ଆବାସସ୍ଥଳୀ ଜୟ ମଙ୍ଗଳ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ରେଞ୍ଜର କୁମର ବେହେରା ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ କୁଲାଡ଼ ନିକଟ ବେତାର ଗ୍ରାମର ଜଣଙ୍କ ଘରୁ ଏକ ୧୦ଫୁଟିଆ ଅହିରାଜ ସାପକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )