ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ତେଜସ୍ମିନୀଙ୍କ ସଫଳତା ।

0 146

କୋଦଳା,୧୦/୦୪(ପିପିଟି): ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରାଜପୁର (ରାଗପୁର ) ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ବେଗୁନିଆପଡା ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ତେଜସ୍ମିନୀ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସୁଶ୍ରୀ ତେଜସ୍ମିନୀ ମିନତୀ ଦାସ ଏବଂ ସରୋଜ କୁମାର ମିଶ୍ରଙ୍କ ଝିଅ ଅଟନ୍ତି । ତେଜସ୍ମିନୀ ନିଜର ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ,ବାପା ସରୋଜ କୁମାର ମିଶ୍ରଙ୍କ ଆଶୀର୍ବାଦ ବୋଲି ମତ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଆହୁରି ଅଧିକ ସଫଳତା ହାସଲ କରିବେ ବୋଲି ତେଜସ୍ମିନୀ ଆଶା ରଖିଛନ୍ତି । ତେଜସ୍ମିନୀଙ୍କ ଏହି ସଫଳତା ପାଇଁ ବାପା ମା ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.