ବିଶ୍ୱ ବନ ଦିବସରେ ରକ୍ତଦାନ ଶିବିର; ୪୧ୟୁନିଟ ରକ୍ତ ସଂଗ୍ରହ ।

0 335

ଭଞ୍ଜନଗର,୨୧/୦୩(ପିପିଟି): ବିଶ୍ବ ବନ ଦିବସ ଅବସରରେ ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ସୋମବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରି ଅମ୍ଳଜାନ ସୃଷ୍ଟି କରୁଥିବା ବନ କର୍ମଚାରୀ ମାନେ ରକ୍ତଦାନ କରିଥିଲେ। ଏଥିରେ ମୋଟ ୪୧ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଏଥିସହ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲିପ୍ କୁମାର ରାଉତ, ମେଡିକାଲ୍ ଅଧୀକ୍ଷକ ଡା,ସୀତାଂଶୁ ଶେଖର ଶତପଥୀ, ଥାନା ଅଧିକାରୀ ଧୀରେଶ କୁମାର ଦାସ,ସାମ୍ବାଦିକ ବିଶ୍ବମ୍ବର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାଶ,କେନ୍ଦ୍ରୀୟ ରେଞ୍ଜର କୁମର ବେହେରା,ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ,ବନପାଳ ବଂଶୀଧର ବିଷୋୟୀ,ଶରତ ଚନ୍ଦ୍ର ମହାନ୍ତି, ସୁରଭି ତ୍ରିପାଠି,କଳାବଦନ ଦାଶଙ୍କ ସମେତ ବହୁ ବନ କର୍ମଚାରୀ ଓ ଓଡିଶା ରକ୍ତ ଭଣ୍ଡାରର କର୍ମଚାରୀ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.