କନ୍ଧମାଳ,୨୦/୦୩(ପିପିଟି): କନ୍ଧମଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ଠାରେ ଏସବିଆଇର ଏକ ନୂତନ ଏଟିଏମ ଉଦଘାଟିତ ହୋଇ ଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଫିରିଙ୍ଗିଆ ଶାଖା ପରିଚାଳକ ନିର୍ମଳ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଏଟିଏମ ଡିଜିଏମ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ , ଫୁଲବାଣୀ ଆଞ୍ଚଳିକ ପ୍ରବନ୍ଧକ ହୃଦୟରଞ୍ଜନ ଦାଶ , ମୁଖ୍ୟ ଶାଖା ପରିଚାଳକ ବିଷ୍ଣୁ କୁମାର ସାହାଣୀ , ଭୁବନେଶ୍ୱର ଏଜିଏମ୍ ଆଇଟି ଚନ୍ଦ୍ରଶେଖର ସାମନ୍ତରାୟ , ଭୁବନେଶ୍ୱର ଏସବିଆଇ ପ୍ରୋଜେକ୍ଟ ମ୍ୟାନେଜର ରାଜେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆ ପଦର ସରପଞ୍ଚ ଭବାନୀ ଶଙ୍କର କହଁର, ଅଞ୍ଚଳର ବରିଷ୍ଠ ନେତା ପ୍ରଦୀପ କୁମାର ବେହେରା, ଠିକାଦାର ମୀନକେତନ ସାହୁଙ୍କ ସମେତ ଅଞ୍ଚଳ ର ବହୁ ଜଣାଶୁଣା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।ଏଠାରେ ଏଟିଏମ୍ ହେବା ଦ୍ଵାରା ଅଞ୍ଚଳର ଅନେକ ଲୋକ ଏହାର ସୁବିଧା ପାଇ ପାରିବେ, ପୁର୍ବରୁ ଏହି ଅଞ୍ଚଳ ର ଜନସାଧାରଣ ୧୦ କିମି ଫିରିଙ୍ଗିଆ ଗଲେ ଏଟିଏମ୍ ସୁବିଧା ପାଇ ପାରୁଥିବା ବେଳେ ସାଢିଙ୍ଗିଆ, ସୁମରବନ୍ଧ ଲୋକ ଙ୍କ ପାଇଁ ୩୦ ରୁ ୩୫ କିମି ଦୂର ଫିରିଙ୍ଗିଆ ହେଉଥିଲା । ତେବେ ଦୀର୍ଘ ଦିନ ପରେ ନୂଆପଦର ଠାରେ ଏକ ଏଟିଏମ ନିର୍ମାଣ ହୋଇ ଥିବାରୁ ଅଞ୍ଚଳ ବାସି ଖୁସି ବ୍ୟକ୍ତ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )