ଜାତୀୟ ବିଶ୍ବବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘର ଭାଗନେଲେ ୪ କ୍ରୀଡାବିତ ।

0 231

ଉଲୁଣ୍ଡା,୨୦/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘର ୪ ଜଣ ଖେଳାଳି କେରଳ ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସର୍ବଭାରତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଶନିବାର ବାହାରି ପଡିଛନ୍ତି ।ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ  ତାଇକୋଣ୍ଡୋ ଖେଳରେ ମନୋନୀତ ହୋଇଥିବା ସିଣ୍ଢୋଲ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର +୩ର ଛାତ୍ର ଶୁଭମ ପଟ୍ଟନାୟକ ଏବଂ ମାଁ ଝାଡେଶ୍ବରୀ ଡିଗ୍ରୀ ମହାବିଦ୍ୟାଳୟ ଧମାର ମୁକେଶ କୁମାର ପଣ୍ଡା, ଆର୍ଯ୍ୟନ ପୁରୋହିତ ଏବଂ ମନିଷ ପ୍ରସାଦ ପ୍ରମୁଖ ଏହି ଜାତୀୟ ବିଶ୍ବବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ପୋର୍ଟ୍ସ ଡାଇରେକ୍ଟର ଅଭିନାଶ କରଙ୍କ ନିର୍ଦ୍ଦେଶ କେମେ ଟିମ ମ୍ଯାନେଜର ଭାବରେ ମାଁ ଝାଡେଶ୍ବରୀ ଡିଗ୍ରୀ ମହାବିଦ୍ୟାଳୟର ପିଇଟି ଶିକ୍ଷକ ରାମ କୁମାର ସାହୁ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘର ପ୍ରଶିକ୍ଷକ ଏହେସାସ ହୋତା ପ୍ରମୁଖ ସମ୍ବଲପୁର ବିଶ୍ବବିଦ୍ୟାଳୟର ଟିମକୁ ନେଇ ଯାଉଛନ୍ତି। ଓଡ଼ିଶା ତାଇକୋଣ୍ଡୋର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଟିମକୁ ସୁବେଛ୍ଛା ଜଣାଇଛନ୍ତି। ତେବେ ମାର୍ଚ୍ଚ ୨୧ରୁ ୨୪ ତାରିଖ ପର୍ଯ୍ଯନ୍ତ କେରଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାରତର ଶତାଧିକ ବିଶ୍ବବିଦ୍ୟାଳୟରୁ ଖେଳାଳି ମାନେ ଅଂଶଗ୍ରହଣ କରିବାକୁ ଆସୁଛନ୍ତି। ତେବେ ଏହି ଜାତୀୟ ବିଶ୍ବବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘର ଖେଳାଳି ମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.