ବ୍ରହ୍ମପୁର,୧୫/୦୩(ପିପିଟି): ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବ ନିର୍ବାଚିତ ସମିତି ସଭ୍ୟ,ସରପଞ୍ଚ ଗ୍ରାମ ରୋଜଗାର ସେବକ ସମସ୍ତ ପଞ୍ଚାୟତର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ଆଜି ପ୍ରଥମ ଦିବସର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଉପ ଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳି ବ୍ଲକ ପ୍ରଥମ ଦିବସ କାର୍ଯ ଓ ଜନ ଶୁଣାଣି ଆରମ୍ଭ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ଏ.ପି.ଓ ମଧୁସୂଦନ ପ୍ରଧାନ, ଯୋଗାଣ ନିରୀକ୍ଷକ ଏବଂ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ପ୍ରମୁଖ ଉକ୍ତ ପ୍ରାଥମିକ ଦିବସ ସଭାରେ ମଞ୍ଚାସିନ ଥିଲେ ।ହିଞ୍ଜିଳି ବ୍ଲକରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ହୋଇଥିବା ପ୍ରଥମ ଦିବସ କାର୍ଯ୍ୟରେ ମନରେଗା ଏବଂ ନାଫ୍ ସା ସମ୍ୱନ୍ଧୀୟ ଜନ ଶୁଣାଣି କରାଯାଇଥିଲା।ଏହି ଦୁଇଟି ବିଭାଗୀୟ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଆଲୋଚନା ସହ କାର୍ଯ୍ୟପ୍ରଣାଳୀ ଏବଂ ସମାଧାନ ଓ ସମ୍ପାଦନା ବିଷୟକୁ ନେଇ ଆଲୋଚନା ହୋଇଥିଲା ।ଉକ୍ତ ସଭାରେ ନବ ନିର୍ବାଚିତ ସଭ୍ୟ/ସଭ୍ୟା ନିଜ ନିଜର ମତବ୍ୟକ୍ତ ରଖିଥିଲେ। ଉକ୍ତ ସଭା ଶେଷରେ ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସମସ୍ତ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟ ଦିବସର ସଭାସଙ୍ଗ ଘୋଷଣା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମଟିକୁ ହିଞ୍ଜିଳି ବ୍ଲକ ସି.ପି ଦଣ୍ଡପାଣି ଦାସ ,ଗ୍ରାମାଞ୍ଚଳ ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ , ବ୍ଲକ ବିଭାଗୀୟ ଅଧିକାରୀ ଦିବାଧର ପୁଝାରି ,ବରିଷ୍ଠ ରାଜସ୍ୱ ସହାୟକ ବି.ଗୋପାଳ ରେଡ୍ଡୀ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଆଜିର ପ୍ରଥମ ଦିବାସୀୟ କାର୍ଯ୍ୟକୁ ପରିଚାଳନା କରିଥିଲେ।