ବାଇକ୍ ଦୁର୍ଘଟଣା ଗ୍ରସ୍ତ ,ଚାଳକ ମୃତ୍ୟୁ,ପୋଲିସର ତଦନ୍ତ ଜାରି ।

0 744

ସାନଖେମୁଣ୍ଡି,୧୫/୦୩(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସୁମନ୍ତପୁର ଗ୍ରାମର ମୁଖ୍ୟ ରାସ୍ତା କଡରେ ଏକ ବାଇକ ଏବଂ ବାଇକ ଚାଳକ ପଡ଼ିଥିବା ଦେଖି ଗାଁ ଲୋକେ ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଇକଆରୋହୀ ଜଣକ ରାତ୍ରି ସମୟରେ ଦୁର୍ଘଟଣା ଘଟି ମୁତ୍ୟୁ ହୋଇଯାଇଥିବା ଅନୁମାନ କରି କେହିମଧ୍ୟ ସେ ନିକଟକୁ ଯାଉନଥିଲେ । ପୋଲିସ ସହ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଦିଗପହଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୁତ୍ୟୁ ଘୋଷଣା କରିଥିଲେ । ମୁତ୍ୟୁ ବ୍ୟକ୍ତି ଜଣକ ହେଲେ ପୋଡାମାରି ଗ୍ରାମର ସୁଧାକର ଦାସ ( ୩୫ ) । ତାଙ୍କର ୪ ବର୍ଷର ପୁଅଟିଏ ଅଛି । ସୂଚନା ମୁତାବକ ସେ ହିଞ୍ଜିଳିକାଟୁରେ ଏକ ହୋଟେଲରେ କାମ କରୁଥିଲେ । ବହୁତ୍ ଦିନ ହେଲା ଘରକୁ ସେ ଆସିନଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ସେ ଘରକୁ ଯିବାପାଇଁ ବାହାରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା ଘରକୁ ଫେରିବା ସମୟରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ନାଳ ଭିତରକୁ ଖସି ଯାଇଥିଲା ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ସେଠୀ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ପାଟପୁର ଥାନାରେ କେଶ ନମ୍ବର ୭୬/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.