କବିସୂର୍ଯ୍ଯ ନଗର,୧୪/୦୩(ପିପିଟି): କବିସୂର୍ଯ୍ୟନଗର ଏନ୍ଏସି ନିର୍ବାଚନରେ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୪୨ ଜଣ ୱାର୍ଡ ସଭ୍ଯ ପାଇଁ ପ୍ରାର୍ଥୀ ରହିଛନ୍ତି । ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ବିଜେପିର କଳ୍ପନା ମାଝୀ,ବିଜେଡି ପକ୍ଷରୁ ଏସ.ଲକ୍ଷ୍ମୀ ସେଠୀ,କଂଗ୍ରେସ ପକ୍ଷରୁ ପୂଜାରାଣୀ ବେହେରା, ସିପିଆଇ ପକ୍ଷରୁ ବଳରାମ ସେଠୀ ପ୍ରର୍ଥୀ ରହିଥିବାବଳେ, ସ୍ବାଧୀନ ଭାବରେ କାଳୁ ଚରଣ ବେହେରା ଓ ଅର୍ଜୁନ ମାଝୀ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିଛନ୍ତି। କବିସୂର୍ଯ୍ୟ ନଗର ଏନ୍ଏସିର ୧୮ ୱାର୍ଡ ପାଇଁ ୪୨ ଜଣ ପ୍ରାର୍ଥୀ ରହିଛନ୍ତି। ବିଜେପିର ୨ଜଣ ଓ ସ୍ବାଧୀନ ୨ଜଣ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିଛନ୍ତି। ୩ ନମ୍ବର ୱାର୍ଡରୁ ୨ଜଣ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ନାୟକ ଓ ସୂର୍ଯ୍ୟ ନାରାୟଣ ନାୟକ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିଥିବାବଳେ, ୫ ନମ୍ବର ୱାର୍ଡରୁ ବିଜେପିର ସୁକାନ୍ତି ନାହାକ ଓ ୧୦ ନମ୍ବର ୱାର୍ଡରୁ ବିଜେପିର ବିଷ୍ଣୁପ୍ରିୟା ଦାସ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିଛନ୍ତି। ପ୍ରଥମରୁ ହିଁ ୧୭ ନମ୍ବର ୱାର୍ଡ ବିଜେଡିର ପ୍ରାର୍ଥୀ ରୁଆଦେଇ ପ୍ରଧାନ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। ନାମାଙ୍କନପତ୍ର ପ୍ରତ୍ଯାହାର ଶେଷ ଦିନ ସୁଦ୍ଧା କବିସୂର୍ଯ୍ୟ ନଗର ଏନ୍ଏସିରେ ବିଜେଡିର ୩ ୱାର୍ଡ ମେମ୍ବର ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। ୫ ନମ୍ବର ୱାର୍ଡରୁ ବିଜେଡିର ସଞ୍ଜୁକ୍ତା ପ୍ରଧାନ ଓ ୧୦ ନମ୍ବର ୱାର୍ଡରୁ ବିଜେଡିର ସିଏଚ.କମଳା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ। )