ହିଞ୍ଜିଳି ବ୍ଲକ ଅଧ୍ୟକ୍ଷା ହେଲେ ସରସ୍ୱତୀ ସେଠୀ ।

0 280

ବ୍ରହ୍ମପୁର,୧୨/୦୩ (ପିପିଟି): ହିଞ୍ଜିଳି ବ୍ଲକରେ ଅଧ୍ୟକ୍ଷା ଚୟନ ହୋଇଯାଇଛି । କଞ୍ଚୁରୁ ପଞ୍ଚାୟତର ସମିତି ସଭ୍ୟା ସରସ୍ୱତୀ ସେଠୀ ହିଞ୍ଜିଳି କାଟୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୂପେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଆଜି ଦିନ ୧୦ ଘଣ୍ଟା ସମୟରେ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଶାସକ ଦଳ ତରଫରୁ ସରସ୍ୱତୀ ସେଠୀଙ୍କ ନାମ ମନୋନୟନ କରାଯିବା ସହ ଶ୍ରୀମତୀ ସେଠୀ ଅଧ୍ୟକ୍ଷା ପଦପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅନ୍ୟ କୌଣସି ପ୍ରାର୍ଥୀ ଏହାକୁ ବିରୋଧ କରିନଥିବା ସହ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ନିର୍ଦ୍ଧାରିତ ସମୟ ସୀମା ପରେ ସରସ୍ୱତୀ ସେଠୀଙ୍କୁ ଅପ୍ରତିଦ୍ବନ୍ଦି ଭାବେ ଅଧ୍ୟକ୍ଷା ରୂପେ ହିଞ୍ଜିଳି ବ୍ଲକ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ହିଞ୍ଜିଳି ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ପାଇବାପରେ ଶ୍ରୀମତୀ ସେଠୀ ଏହାର ସମସ୍ତ ଶ୍ରେୟ ବିଜେଡ଼ି ଦଳ ସଭାପତି ନବୀନ ପଟ୍ଟନାୟକ ଏବଂ ଅପ୍ରତିଦ୍ବନ୍ଦି ଭାବେ ସମିତିସଭ୍ୟା କରାଇଥିବା କଞ୍ଚୁରୁ ଅଞ୍ଚଳ ବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏହି ପଦବୀରେ ଅଭିଷିକ୍ତ ହେବାପରେ ହିଞ୍ଜିଳି ବ୍ଲକ କୋଣ ଅନୁକୋଣରୁ ଶ୍ରୀମତୀ ସେଠୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.