ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ ।

0 1,412

ଦିଗପହଣ୍ଡି,୧୨/୦୩(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ହୋଇଥିବା ନିର୍ବାଚନରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟା ସୁନୀତା ସେଠୀ ବିଜୟ ଲାଭ କରିଛନ୍ତି । ତେବେ ସୁନୀତା ସେଠୀ ଚଳିତ ନିର୍ବାଚନରେ ବ୍ଳକ ଅଧ୍ୟକ୍ଷା ରୂପେ ପ୍ରଥମ ଥର ପାଇଁ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ସୁଚନାନୁସାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୫ ଗୋଟି ପଞ୍ଚାୟତରେ ନିର୍ବାଚନ ଶେଷ ହୋଇଥିଲା । ଗୋକର୍ଣ୍ଣପୁର ପଞ୍ଚାୟତ ପାଇଁ ସମିତି ସଭ୍ଯା ପ୍ରାର୍ଥୀନୀ ଭାବେ ସୁନୀତା ସେଠୀ ବିଜୟ ହୋଇଥିଲେ । ସମସ୍ତ ପଞ୍ଚାୟତର ନିର୍ବାଚନ ମତଦାନ ପରେ ୨୫ ଜଣ ନିର୍ବାଚିତ ସମିତି ସଭ୍ୟମାନେ ଦୀର୍ଘ ୧୦ ଦିନ ଧରି ଅଜ୍ଞାତବାସରେ ରହି ଆସୁଥିଲେ । ଆଜି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ରହିଥିବା ବେଳେ ସକାଳୁ ସମସ୍ତ ସମିତି ସଭ୍ୟ ମାନେ ମାଁ କୁରେଇଶୁଣି ମନ୍ଦିର ପରିସରରୁ ଆସି ବାଇକ ରାଲିରେ ବାହାରି ବ୍ଳକ ସମ୍ମିଳନୀରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ଚିକିଟି ବିଡ଼ିଓ ତଥା ଦିଗପହଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ଫାଲଗୁନୀ ମାଝୀ , ତହସିଲଦାର ସିପକ କୁମାର ପାତ୍ର , ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ ପଟ୍ଟନାୟକ,ଜିପିଓ ଉମେଶ ସେଠୀଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ସୁନୀତାଙ୍କ କୈାଣସି ପ୍ରତିଦ୍ବନ୍ଦୀ ରହିନଥିବା ଯୋଗୁଁ ତାଙ୍କୁ ଅପ୍ରତିଦ୍ଵନ୍ଦୀ ଭାବେ ଆଗାମୀ ପାଞ୍ଚବର୍ଷ ନିମନ୍ତେ ବ୍ଳକର ଅଧ୍ୟକ୍ଷା ରୂପେ ନିର୍ବାଚିତ ଘୋଷିତ କରାଯାଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ତେବେ ସୁନୀତାଙ୍କୁ ବିଜୟୀ ଘୋଷିତ ପରେ ଅନ୍ୟ ୨୪ ଜଣ ସମିତିସଭ୍ୟ / ସଭ୍ୟା ସମେତ ବହୁ ଦଳୀୟ କର୍ମୀମାନେ ପୁଷ୍ପମାଲ୍ୟ ଦେଇ ସ୍ବାଗତ ଜଣାଇଥିବା ବେଳେ ଗୋକର୍ଣ୍ଣପୁର ଗ୍ରାମରେ ଏକପ୍ରକାର ଖୁସିର ଲହରୀ ଖେଳିଯାଇଛି ।

(ରିପୋର୍ଟ :-ଆରତ କୁମାର ହୋତା)

Leave A Reply

Your email address will not be published.