ଗଞ୍ଜାମ ଜିଲ୍ଲାର ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପଟ୍ଟା ସତ୍ୱ ପ୍ରଦାନ ।

0 299

ଛତ୍ରପୁର,୦୫/୦୩(ପିପିଟି):ଗଞ୍ଜାମ ଜିଲ୍ଲାର ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଜସ୍ୱ ଖତିଆନ ସକାଶେ ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ ପ୍ରକାରେ ସମସ୍ତ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପଟ୍ଟା ଅଭିଯାନରେ ପଟ୍ଟା ପ୍ରଦାନ କରାଯାଇଛି। ରାଜସ୍ୱ ବିଭାଗର ପୂର୍ବ ନିର୍ଦ୍ଦେଶ ମୁତାବକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରିୟରଞ୍ଜନ ପୃଷ୍ଟିଙ୍କ ପରିଚାଳନାରେ ଜିଲ୍ଲାର ସମସ୍ତ ତହସିଲରେ ଏହି ପଟ୍ଟା ପ୍ରଦାନ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ପ୍ରତି ଜିଲ୍ଲାର ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟକ ଏହି ପଟ୍ଟା ପ୍ରଦାନ ହୋଇଛି ଏବଂ ଆଗାମୀ ଦିନରେ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ନିଜସ୍ୱ ପଟ୍ଟା ସତ୍ତ୍ୱ ରହିବ ସେ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପର୍ଯ୍ୟାୟରେ ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା ଗ୍ରହଣ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପୃଷ୍ଟି ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.