ପୋଲସରା ବ୍ଳକର ନିର୍ବାଚିତ ସରପଞ୍ଚ ଓ ସମିତି ତାଲିକା ପ୍ରକାଶିତ।

0 263

ପୋଲସରା,୦୨/୦୩(ପିପିଟି): ପୋଲସରା ବ୍ଳକର ସମସ୍ତ ୨୬ ଟି ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ତାଲିକା ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଫେବୃଆରୀ ମାସ ୨୬ ତାରିଖ ଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଚାଲିଥିବା ଭୋଟ ଗଣନା ୨୮ ତାରିଖ ଦିନ ଶେଷ ହେବାପରେ ମଙ୍ଗଳବାର ଦିନ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା ଅନୁସାରେ ବ୍ଳକର ବଡ ପଙ୍କଳବାଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଭାରତୀ ବେହେରା ନିର୍ବାଚିତ ହୋଇଥିବା ବେଳେ ସମିତି ସଭ୍ୟା ଭାବେ ଲିଲି ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ଭାବରଡା ପଞ୍ଚାୟତ ସରପଞ୍ଚ ଭାବେ ପ୍ରଦ୍ୟୁମ୍ନ କୁମାର ବିଷୋୟୀ ଓ ସମିତି ସଭ୍ୟା ଭାବେ ଜ୍ୟୋତ୍ସ୍ନା ବିଷୋୟୀ , ଚିରିକିପଡା ଶାସନ ପଞ୍ଚାୟତ ର ସରପଞ୍ଚ ଭାବେ ଭଗବାନ ସାହୁ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ , ଢୁଙ୍କାପଡା ପଞ୍ଚାୟତର ସରପଞ୍ଚ ଭାବେ ସୀମାଞ୍ଚଳ ସେଠୀ ଓ ସମିତି ସଭ୍ୟା ଭାବେ ସଂଯୁକ୍ତା ବାଡତ୍ୟା , କଣଛାଇ ସରପଞ୍ଚ ଭାବେ ଝୁନୁ ଦାସ ଓ ସମିତି ସଭ୍ୟା ମାମାଜିନି ସ୍ୱାଇଁ , କେନ୍ଦୁବାଡି ସରପଞ୍ଚ ଭାବେ ରମା ସ୍ବାଇଁ ଓ ସମିତି ଭାବେ ନରେନ୍ଦ୍ର ସ୍ୱାଇଁ , ମନ୍ଦାର ସରପଞ୍ଚ ଭାବେ ସୁନିତା ଜେନା ଓ ସମିତି ସଭ୍ୟା ଭାବେ ସୁଜାତା ନାୟକ , ସୋଡକ ସରପଞ୍ଚ ଭାବେ ଉତ୍କଳ ପ୍ରଧାନ ଓ ସମିତି ସଭ୍ୟା ଭାବେ ଗୀତା ସେଠୀ,ବାଲିଛାଇ ସରପଞ୍ଚ ଭାବେ ସିଲୁ ବେହେରା ଓ ସମିତି ସଭ୍ୟ ଭାବେ ବିଘ୍ନେଶ୍ୱର ବେହେରା , ବର୍ତ୍ତିନି ସରପଞ୍ଚ ଭାବେ ସଞ୍ଜୁଲତା ଡାକୁଆ ଓ ସମିତି ସଭ୍ୟା ଭାବେ ସୁଜ୍ଞାନି ରାଉତ , ବେଲଗାଁ ସରପଞ୍ଚ ଭାବେ ମନୋଜ କୁମାର ପ୍ରଧାନ ଓ ସମିତି ସଭ୍ୟ ଭାବେ କଳ୍ପନା ପ୍ରଧାନ , ଘୋଡାପଲାଣ ସରପଞ୍ଚ ଭାବେ ଧିରେନ୍ଦ୍ର କୁମାର ସେଠୀ ଓ ସମିତି ସଭ୍ୟା ଭାବେ ରୀନା ବେହେରା,ହାତୀଓଟ ସରପଞ୍ଚ ଭାବେ ରଶ୍ମିତା ସାହୁ ଓ ସମିତି ସଭ୍ୟ ଭାବେ କାହ୍ନୁ ଚରଣ ସାହୁ , କଳମ୍ବ ସରପଞ୍ଚ ଭାବେ ଗୀତାଞ୍ଜଳୀ ସାହୁ ଓ ସମିତି ସଭ୍ୟ ଭାବେ ପ୍ରସାଦ କୁମାର ସାହୁ , ଖଣ୍ଡୁରୁ ସରପଞ୍ଚ ଭାବେ ସରୀତା ପଣ୍ଡା ଓ ସମିତି ସଭ୍ୟା ଭାବେ ପ୍ରମୋଦିନି ସାହୁ ,ପାଣ୍ଡିରିପଡା ସରପଞ୍ଚ ଭାବେରଘୁନାଥ ଭୂୟାଁ ଓ ସମିତିସଭ୍ୟା ଭାବେ ବାଳାମଣି ନାୟକ, ବନ୍ଥପଲ୍ଲୀ ସରପଞ୍ଚ ଭାବେ ପବିତ୍ର ରାଉତ ଓ ସମିତି ସଭ୍ୟା ଭାବେ ସଙ୍ଗୀତା ନାହାକ, ବୁଢେଇସୁଣି ସରପଞ୍ଚ ଭାବେ ମନୋଜ କୁମାର ପରିଡ଼ା ଓ ସମିତି ସଭ୍ୟା ଭାବେ ସରିତା କୁମାରୀ ଦେବୀ , ଗୋଛାବାଡି ସରପଞ୍ଚ ଭାବେ କାଜଲ କୁମାରୀ ଗୌଡ ଓ ସମିତି ସଭ୍ୟା ଭାବେ ସୁକାନ୍ତି ଶବର , ଜାଗିଲି ଡେଙ୍ଗାପଦର ସରପଞ୍ଚ ଭାବେ ପୀତାମ୍ବର ବେହେରା ଓ ସମିତି ସଭ୍ୟା ଭାବେ ଝୁନୁ ବେହେରା , ଜକର ସରପଞ୍ଚ ଭାବେ ଦୀପିକା କୁମାରୀ ବାରିକ ଓ ସମିତି ସଭ୍ୟ ଭାବେ ଶିବ ଶଙ୍କର ନାହାକ, ମଧୁପଲ୍ଲୀ ସରପଞ୍ଚ ଭାବେ ବସନ୍ତ କୁମାର କରଣ ଓ ସମିତି ସଭ୍ୟ ଭାବେ କାହ୍ନୁ ଚରଣ ପରିଡା , ମାଳ ତେନ୍ତୁଳିଆ ସରପଞ୍ଚ ଭାବେ ଅସପତା ରାଉତ ଓ ସମିତି ସଭ୍ୟା ଭାବେ ସଂଯୁକ୍ତା ପ୍ରଧାନ, ମଥୁରା ସରପଞ୍ଚ ଭାବେ ସୁନିତା ବେହେରା ଓ ସମିତି ସଭ୍ୟା ଭାବେ ମିନତି ପାତ୍ର ,ନିମିନା ସରପଞ୍ଚ ଭାବେ ମାମା ସାହୁ ଓ ସମିତି ସଭ୍ୟ ଭାବେ ଉଷାରାଣି ସାହୁ ଏବଂ ରୁମାଗଡ ସରପଞ୍ଚ ଭାବେ ଜିତୁ ବିଷୋୟୀ ଓ ସମିତି ସଭ୍ୟା ଭାବରେ ଲକ୍ଷ୍ମୀବାଇ ପଣ୍ଡା ନିର୍ବାଚିତ ହୋଇଥିବା ଜଣାପଡିଛି। ବ୍ଳକର ୨୬ ଟି ପଞ୍ଚାୟତ ମଧ୍ୟରୁ ଚିରିକିପଡା ଶାସନ, ମାଳ ତେନ୍ତୁଳିଆ ଏବଂ ରୁମାଗଡ ଗ୍ରାମ ପଞ୍ଚାୟତର ଉଭୟ ସରପଞ୍ଚ ଓ ସମିତି ଏବଂ ମନ୍ଦାର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଶାସକ ବିଜୁ ଜନତା ଦଳ ସମର୍ଥିତ ବୋଲି ଜଣାପଡିଛି। ଏହି ବ୍ଳକ ରେ ଥିବା ଗଞ୍ଜାମ ଜିଲ୍ଲା ପରିଷଦ ର ୩ ଟି ଜୋନ ୩୮ , ୩୯ ଓ ୪୦ ନମ୍ବର ଜୋନରେ ମଧ୍ୟ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ କୁମାର ବିଷୋୟୀ ଝୁନୁ ଦାସ ଏବଂ ବିକ୍ରମ କୁମାର ନାୟକ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.