ବାଘପାଳିରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଯାପିତ ।

0 237

ଉଲୁଣ୍ଡା,୦୪/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବାଘପାଲି ସ୍ଥିତ ସିଦ୍ଧଯୋଗୀ ଚନ୍ଦ୍ରମଣୀ ଦାସଙ୍କ ସମାଧି ପୀଠରେ ବକୁଳ ଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କଲସଯାତ୍ରା କରାଯାଇ ସ୍ଥାପନ କରାଯାଇଥିଲା । ପଣ୍ଡିତ ବିଶ୍ୱନାଥ ପଣ୍ଡା ଓ ବିରେନ ପଣ୍ଡା ପୂଜାର୍ଚନା କରିଥିଲେ । ଆଠ ଦିନ ଧରି ଆୟୋଜିତ ହୋଇଥିବା ଏହି ମହୋତ୍ସବର ବିଭିନ୍ନ ଦିବସରେ ବ୍ୟାସ ଭାବରେ ଜଗଦୀଶ ପୁରୋହିତ ଯୋଗଦେଇ ସପ୍ତାହ ପାରାୟଣ କରିଥିବା ବେଳେ ନାମଯଜ୍ଞରେ ବିଭିନ୍ନ ଗ୍ରାମରୁ ସଂକିର୍ତନ ଦଳ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏହା ସହ ବାର୍ଷିକ ସଂକଳନ ଉନ୍ମୋଚନ,କୋଶଲୀ କବିତା ଆସର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଉଦଯାପନୀ ସଭାରେ ପୁର୍ବତନ ସରପଂଚ ମୁରଳିଧର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଉତ୍ତର କୁମାର ପାତ୍ର ଓ ଅଭିଷେକ ଅମାତ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁକୁନ୍ଦ ଧରୁଆ ମଂଚ ପରିଚାଲନା କରିଥିବା ବେଳେ ପଦ୍ମଲୋଚନ ପଧାନ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ପଧାନ, ରାଜକୁମାର ଅମାତ, ବୁଧୂଲାଲ ଦେହେରୀ, ମନୋଜ ଦନାୟକ, ସମାରୁ ବଗର୍ତୀ,ଭୀଖାରୀ ମାଝି, ବୃନ୍ଦାବନ ବାରିକ, ଲୁପି ମହାକୁର, ନରସିଂହ ପଧାନ, ଜାନକୀରାମ ଦେହେରୀ, ସତ ବଗର୍ତୀ, ମାଗି ପଧାନ, କୃପାସିନ୍ଧୁ ଥାଟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ବୀରମହାରାଜପୁର ବ୍ଲକ ତେନ୍ତୁଳି ମହଦା ଠାରେ ରୀତିନୀତି ଅନୁସାରେ ବକୁଳ ଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚନା ସହ ଅସ୍ତପ୍ରହରି ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂଜକ ନବୀନ ମିଶ୍ର ଏବଂ ସୁରେଶ ମିଶ୍ର ପୁଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ହରେଶ ମିଶ୍ର ସପତ୍ନୀକ କର୍ତା ଦାୟିତ୍ୱ ନିର୍ବାହ କରିଥିଲେ । ବହୁ ଭକ୍ତ ସାମିଲ ହୋଇ ଶେଷରେ ସାମୁହିକ ପ୍ରସାଦ ସେବନ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.