ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେଉଛନ୍ତି ବହୁତ ରୋଗୀ ।

0 526

ଛତ୍ରପୁର,୨୮/୧୨(ପିପିଟି): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ ଅନେକ ପରିବାର । ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଏହା ଜନ ମଙ୍ଗଳ ଯୋଜନା । ଏହି ସେବା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଅନେକ ଗୁଡିଏ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏହି ସେବା ଉପଲବ୍ଧ । ଏହି ସେବା ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି ମିଳୁଛି ସେ ସମ୍ପର୍କରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତା କୁଲାଙ୍ଗେ ବ୍ରହ୍ମପୁର ସ୍ଥିତ ଅମିତ ହସ୍ପିଟାଲ ଏବଂ ଆସ୍ଥା ହସ୍ପିଟାଲ ଅଚାନକ ଗସ୍ତକରି ଏହି ସେବା କିଭଳି ପ୍ରଦାନ କରାଯାଇଛି ତାହା ଯାଞ୍ଚ କରିଥିଲେ । ବିଭିନ୍ନ ରୋଗୀ ମାନଙ୍କୁ କିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ମୂଲ୍ୟରେ ସେବା ଯୋଗାଇ ଦିଆଯାଇଛି ତାହା ଦେଖିବା ସହିତ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ । ଏହି ଯୋଜନା ଯୋଗୁଁ ରୋଗୀ ମାନେ ବିନା ମୂଳରେ ଉତ୍ତମ ସେବା ପାଉଛନ୍ତି ତାହା ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.